THE BYAPINI

ଶର ମାରିଲ ସୁର । ନରସିଂହଙ୍କ କଥାରେ ପଡି…

Get real time updates directly on you device, subscribe now.

ସକାଳୁ ସକାଳୁ ସୁରଙ୍କ ରଂଗୀନ ମିଜାଜର ଏକ ଭିଡିଓ ନଜରକୁ ଆସିଲା । ଯେଉଁଥିରେ କଂଗ୍ରେସର ବିଧାୟକ ସୁର ରାଉତରାୟ ଗୀତ ବୋଲିଛନ୍ତି ଆଉ ଡ୍ୟାନସ ବି କରିଛନ୍ତି । ରାଜନୀତିର ଗଳିରୁ ବାହାରି ସୁର ବାବୁ ଯେତେବେଳେ ରଂଗୀନ ଦୁଆରେ ପାଦ ଥାପିଲେ ଲାଗିଲା ମାହୋଲ ଟିକେ ଥଣ୍ଡା ପଡିଯିବ । ହେଲେ କାର୍ତ୍ତିକ ପୂର୍ଣ୍ଣମୀର ଶୀତୁଆ ସକାଳକୁ ଗରମ କରିବାକୁ ସୁର ଟାଣୁଆ ଶର ଗୋଟେ ମାରିଛନ୍ତି । ତେରଛେଇ ଏହା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଆଡକୁ ଯ।।ଇଛି ।

ପରୀ ପ୍ରସଙ୍ଗରେ ଜଟଣୀ ବିଧାୟକ ଶାଣିତ ସ୍ୱର ରଖି କହିଛନ୍ତି, -କଂଗ୍ରେସ ନେତା କାହିଁକି ଏମିତି ହେଉଛନ୍ତି କେଜାଣି? ପରୀକୁ ନ୍ୟାୟ ଦେବା ପାଇଁ ପୁରା ବିଧାୟକ ଦଳ ଏକାଠି ହୋଇଥିଲା । ନରସିଂହ ମିଶ୍ର ରଣନୀତି ତିଆରି କଲେ ଆଉ କଂଗ୍ରେସ ବିଧାୟକ ତାତି ଦେଖାଇଲେ । ହେଲେ ପରେ କଣ ହେଲା କେଜାଣି ନରସିଂହ ମିଶ୍ର କହିଲେ, ସରକାର ଆମ କଥା ମାନିନେଲେ ଆଉ ଆନ୍ଦୋଳନର ଆବଶ୍ୟକତା ନାହିଁ । ଏସଆଇଟି ତଦନ୍ତ ନିର୍ଦ୍ଦେଶ ହୋଇଥିବାରୁ କଂଗ୍ରେସର କଥା ରହିଲା ବୋଲି ନରସିଂହ କୁଆଡେ କହିଥିଲେ । ହେଲେ ବିଜେପି କିନ୍ତ ତାର ଜିଦରେ ଅଟଳ ରହିଲା ।

ନକହି ନକହି ସୁର ରାଉତରାୟ ମଂଜି କଥାଟି କହିଛନ୍ତି । କାରଣ ଡିସେମ୍ବର ୧ ତାରିଖରେ କଂଗ୍ରେସ ପରୀକୁ ନ୍ୟାୟ ଦେବା ଦାବିରେ ଆନ୍ଦୋଳନର ଡାକରା ଦେଇଥିଲା । ହେଲେ ପରେ ଏହାକୁ ବାତିଲ କରି ଦେଇଥିଲା । ଏହା ପଛରେ କାରଣ କଣ ତାକୁ ନେଇ ଚର୍ଚ୍ଚା ଭିତରେ ସୁର ବାବୁଙ୍କ ଏମିତି ବୟାନ ସାମ୍ନାକୁ ଆସିଛି । ବିଧାନସଭା ଭିତରେ କଂଗ୍ରେସର ଶାଣିତ ସ୍ୱର ସମସ୍ତେ ଦେଖିଛନ୍ତି । ହେଲେ ହଠାତ୍ ଦଳର ଆଭିମୁଖ୍ୟରେ ପରିବର୍ତ୍ତନ ଆସିଗଲା । ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ହେବା ପରେ ସମସ୍ତେ ଶିଥିଳ ପଡିଗଲେ । ହେଲେ ଏହା କିନ୍ତୁ ଜଟଣୀ ବିଧାୟକଙ୍କୁ ପସନ୍ଦ ଆସିନାହିଁ ।

ଆଜିର ଦିନରେ ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସ ଯଦି ତାର ରଣନୀତି କଣ ରହିବ ସ୍ପଷ୍ଟ ଭାବେ ଚିନ୍ତା କରିପାରୁନାହିଁ, ରାଜନୈତିକ ଲଢେଇକୁ କେଉଁ ଦିଶାରେ ନେବ ଜାଣିପାରୁନାହିଁ, ଲୋକଙ୍କ ସମସ୍ୟା ସହ କିଭଳି ରହିବ ସେନେଇ ଚିନ୍ତା କରିପାରୁନାହିଁ, ତାହେଲେ ଦଳ ସାମ୍ନାରେ ଆହ୍ୱାନ କମିବା ବଦଳରେ ବଢିବ । ବିଧାନସଭାରେ ଦଳର ୯ ବିଧାୟକ ଅଛନ୍ତି, ହେଲେ ଏମାନେ ଶାସକ ଦଳ ଉପରେ ଅଧିକ ପ୍ରଭାବୀ ହେଉଛନ୍ତି । ମାତ୍ର ଏବେ କଂଗ୍ରେସର ୯ ବିଧାୟକଙ୍କ ମତ ମଧ୍ୟ ସମାନ ରହୁନଥିବା ସୁରଙ୍କ କଥାରୁ ଜଣାପଡୁଛି । ଯାହାର ରାଜ୍ୟରେ କଂଗ୍ରେସର ଭବିଷ୍ୟତ ପାଇଁ ଶୁଭସଂକେତ ନୁହେଁ ।

Get real time updates directly on you device, subscribe now.

Leave A Reply

Your email address will not be published.