THE BYAPINI

ଯାଜପୁର: ମଶାଣୀରେ ଲୁଚିଛି କି ସତ?

Get real time updates directly on you device, subscribe now.

କେମିତି ମରିଲେ ଯୁବତୀ? ମୃତ୍ୟୁର ସତ ଜାଣିବାକୁ ମଶାଣୀରେ ମାଟିତଳୁ ମୃତଦେହ ବାହାର କଲା ପୁଲିସ । ଏହି ଅଭାବନୀୟ ଘଟଣା ଘଟଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଓସିସି କଲୋନିରେ । ମୃତ୍ୟୁର ସତ ଜାଣିବାକୁ ପୋତା ହୋଇଥିବା ଶବକୁ ଖୋଳିଲା ପୋଲିସ । ଧର୍ମଶାଳା ଥାନା ଆରୁହା ପଞ୍ଚାୟତରେ ସ୍ୱର୍ଗତ ଅନନ୍ତ ଜେନାଙ୍କ ଝିଅ ଉପାସନା ଜେନାଙ୍କ ମୃତ୍ୟୁ କେମିତି ହେଲା ତାକୁ ନେଇ ଏବେ ପୁଲିସ ଛାନଭିନ ଆରମ୍ଭ କରିଥିବା ବେଳେ ଖୁବ ଶୀଘ୍ର ରହସ୍ୟ ଉପରୁ ହଟିବ ପରଦା ।

ଉପାସନା ଜେନାଙ୍କର ରବିବାର ଦିନ କୌଣସି କାରଣରୁ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ପରିବାର ଲୋକକାହାକୁ କିଛି ନକହି ନିକଟରେ ଥିବା ଏକ ମଶାଣିରେ ମୃତଦେହ ପୋତି ଦେଇଥିଲେ । ଏହି ଖବର ପୁଲିସ ପାଖରେ ପହଞ୍ଚିଥିଲା । ହଠାତ ଯୁବତୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଯୁବତୀ ଜଣଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ଘଟଣାର ସତ ଜାଣିବାକୁ ସ୍ଥାନୀୟ ସରପଞ୍ଚ ଓ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ମୃତ ଦେହକୁ ଖୋଳି ବାହାର କରିଛି ପୋଲିସ୍ । ମୃତ୍ୟୁର ସତ ଜାଣିବାକୁ ଶବକୁ ଖୋଳି ଶବବ୍ୟବଛେଦ ପାଇଁ ପଠାଯାଇଛି । ବ୍ୟବଛେଦ ରିପୋର୍ଟରୁ ମୃତ୍ୟୁ ଉପରୁ ପରଦା ଉଠିପାରେ । ଏହା ସହିତ ଯୁବତୀଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି ।ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଯୁବତୀ ଜଣଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି । ତାକୁ ନେଇ ପୋଲିସ ତନାଘନା କରୁଛି ।

ପୁରା ଘଟଣାରୁ ପରଦା ହଟାଇବାକୁ ଖୋଳତାଡ ଆରମ୍ବ କରିଛି ପୋଲିସ୍ । ପ୍ରାଥମିକ ପର୍ୟ୍ୟାରେ ମାଆ, ଭାଇଙ୍କୁ ପଚରାଉଚରା କରାଯାଇଛି । ଯଦି ଏହା ଆକସ୍ମିକ ମୃତ୍ୟୁ ଥିଲା ତେବେ ଡାକ୍ତରଖାନା ନନେଇ କାହିଁକି ଶବକୁ ପୋତିଦେଲେ ? ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

Get real time updates directly on you device, subscribe now.

Leave A Reply

Your email address will not be published.