THE BYAPINI

ବିଶ୍ୱ ଦେଖିବ ହାଇଭୋଲଟେଜ ମ୍ୟାଚ୍

Get real time updates directly on you device, subscribe now.

ଟି-୨୦ ବିଶ୍ୱକପ୍ ପାଇଁ ମ୍ୟାଚ୍ ସୂଚୀ ଘୋଷଣା କରିଛି ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ । ହାରି ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖବର। ଗୋଟିଏ ଗ୍ରୁପରେ ଅଛନ୍ତି ଚିର ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ। ଅକ୍ଟୋବର ୨୪ରେ ଭାରତ-ପାକ୍‌ ମୁକାବିଲା ।
ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ପକ୍ଷରୁ ଜାରି ହୋଇଥିବା ଖେଳ ସୂଚୀଅନୁସାରେ, ଟିମ୍‌ ଇଣ୍ଡିଆ ଅକ୍ଟୋବର ୨୪ରେ ପ୍ରଥମ ମ୍ୟାଚ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ଭାରତ ।ଏହାପରେ ୨ୟ ମ୍ୟାଚ୍‌ ୩୧ରେ ନ୍ୟୁଜିଲାଣ୍ଡ ସହିତ ଖେଳିବାକୁ ଥିବା ବେଳେ ନଭେମ୍ବର ୩ରେ ଆଫଗାନିସ୍ତାନକୁ ଭେଟିବ । ଏହାପରେ ଟି-୨୦ ବିଶ୍ୱକପର କ୍ୱାଲିଫାୟାର ଟିମସହ ଭାରତ ୫ ଓ ୮ ନଭେମ୍ବରରେ ଖେଳିବ ବୋଲି ଆଇସିସି ମ୍ୟାଚ ସୂଚୀରେ କୁହାଯାଇଛି ।
ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌କୁ ବିସିସିଆଇ ଭାରତରେ ଆୟୋଜନ କରିବାର ଥିଲା । କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱକପ୍‌କୁ ଓମାନ ଓ ୟୁଏଇକୁ ସ୍ଥାନାନ୍ତରିତ କରିଛି ବିସିସିଆଇ ।

Get real time updates directly on you device, subscribe now.

Leave A Reply

Your email address will not be published.