ମହାନଦୀରେ ଦୀର୍ଘତମ ସେତୁର ଲୋକାର୍ପଣ
ମହାନଦୀରେ ଦୀର୍ଘତମ ସେତୁର ଲୋକାର୍ପଣ । ‘ଟି’ ସେତୁର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଙ୍କୀର ବୈଦେଶ୍ୱର ଓ ବଡ଼ମ୍ବାର ଗୋପିନାଥପୁରକୁ ସଂଯୋଗ କରୁଥିବା ମହାନଦୀ ଉପରେ ନିର୍ମିତ ଦୀର୍ଘତମ ସେତୁକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାଙ୍କୀର ବୈଦେଶ୍ୱରଠାରୁ ବଡ଼ମ୍ବା ଗୋପୀନାଥପୁର ପର୍ୟ୍ୟନ୍ତ ପ୍ରାୟ ୩ କିଲୋମିଟର ୪ ମିଟର ଲମ୍ବର ଏହି ସେତୁର ସ୍ୱତନ୍ତ୍ରତା ରହିଛି ।
ସେତୁର ଆକାର ଇଂରାଜୀ ଅକ୍ଷର ‘ଟି’ ଭଳି । ସେତୁର ନାମକରଣ କରାଯାଇନଥିବାରୁ ‘ଟି’ ସେତୁ ବୋଲି କୁହାଯାଉଛି
ା ୨୦୧୪ ଫେବ୍ରୁଆରୀ ୨୮ରେ ଭିତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ୩ ଦଶମିକ ୪ କିଲୋମିଟର ଦୈର୍ଘ୍ୟ ସେତୁ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୧୧୧ କୋଟି । ସେତୁ ମଝିରୁ ନୃସିଂହାଥ ପୀଠକୁ ଯୋଡ଼ିବାକୁ ଆଉ ଏକ ସଂଯୋଗୀକରଣ ସେତୁ । ମୁଖ୍ୟ ସ୍ରୋତରେ ଯୋଡି ହେବ ବାଙ୍କୀ, ବଡମ୍ବା ଓ ନରସିଂହପୁର, ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ବ୍ରହ୍ମପୁର, ଢେଙ୍କାନାଳ ମଧ୍ୟରେ ଦୂରତା କମିବ । ‘ଟି’ ସେତୁ ଦ୍ୱାରା ଉପକୃତ ହେବେ ୫ ଲକ୍ଷ ଲୋକ ।