ବନ୍ଧା ହେଲେ ତହସିଲଦାର
ବସୁନ୍ଧରା ଯୋଜନା ଜମି ଜାଲିଆତି ମାମଲାରେ ୫ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ମାନଙ୍କ ମଧ୍ୟରେ ଜଣେ ତହସିଲଦାର ଓ ୪ ପୂର୍ବତନ ଆରଆଇ ଅଛନ୍ତି।
ଅପରାଧିକ ଯୋଜନା, ଅନିୟମିତତା , ଜାଲିଆତି ଏବଂ ଅପରାଧିକ ଷଡ଼ଯନ୍ତ୍ର କରି ବ୍ୟାପକ ଠକେଇ କରିଥିବା ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ । ଏନେଇ ପୂର୍ବତନ କୁଜଙ୍ଗ ତହସିଲଦାର ତଥା ବର୍ତ୍ତମାନ ତିହିଡିର ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ଜଗତସିଂହପୁରର ପୂର୍ବତନ ସବ କଲେକ୍ଟର ମହେନ୍ଦ୍ର ପ୍ରସାଦ ମହାନ୍ତି, ଝିମାଣୀ ସର୍କଲର ପୂର୍ବତନ ଆରଆଇ ସନ୍ତୋଷ କୁମାର ମଲ୍ଲିକ, ପାରାଦ୍ୱୀପଗଡ଼ର ପୂର୍ବତନ ଆରଆଇ ନରେନ୍ଦ୍ର କୁମାର ଲେଙ୍କା, କୁଜଙ୍ଗର ପୂର୍ବତନ ଆରଆଇ ସୁବାସ ଚଦ୍ର ଦାସ ଓ ପଣ୍ଡୁଆ ସର୍କଲର ପୂର୍ବତନ ଆରଆଇ ଜ୍ୟୋତି ଭୂଷଣ ବାରିକଙ୍କ ଘରେ ଭିଜିଲାନ୍ସ ରେଡ୍ କରାଯାଇଛି।
ଅଧିକାରୀମାନେ ରାଜ୍ୟ ସରକାରଙ୍କ ‘ବସୁନ୍ଧରା’ ଯୋଜନାରେ ଜାଲିଆତି କରି ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ସାମିଲ କରିଥିବା ଅଭିଯୋଗ ହୋଇଥିଲା। ଏହି ଚଢ଼ଉରେ ଜଣେ ଏଏସପି, ୧୧ ଜଣ ଡ଼ିଏସପି ଏବଂ ୬ ଜଣ ଇନ୍ସପେକ୍ଟର ସାମିଲ ଥିବା କଟକ ଭିଜିଲାନ୍ସ ସେଲ ତରଫରୁ ସୂଚନା ଦିଆଯାଇଛି ।