THE BYAPINI

ତାଜମହଲରେ ବୋମା ଗୁଜବ

Get real time updates directly on you device, subscribe now.

ତାଜମହଲରେ ବୋମା ଗୁଜବ । ତାଜମହଲ ପରିସରରେ ବୋମା ରଖାଯାଇଥିବା ନେଇ ଏକ ଫୋନ କଲ ଆସିଥିଲା । ଆଉ ଏହାକୁ ନେଇ ଆଗ୍ରାର ତାଜମହଲ ପରିସରରେ ଖେଳି ଯାଇଥିଲା ଆତଙ୍କ । ବୋମା ସୂଚନା ପାଇବା ପରେ ତାଜମହଲ ପରିସରରେ ଉପସ୍ଥିତ ଥିବା ପର୍ୟ୍ୟଟକଙ୍କୁ ବାହାର କରାଯାଇଥିଲା ଏବଂ ଦୁଇଟି ଫାଟକ ବନ୍ଦ କରିଦିଆଯାଇଥିଲା। ତୁରନ୍ତ ବମ ସ୍କ୍ୱାର୍ଡଙ୍କୁ ଡକାଯାଇ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ପରେ ଜଣାପଡିଥିଲା ଏହି ବୋମା କଥା ଗୁଜବ ମାତ୍ର ।

ବୋମା ନେଇ ଫୋନ କଲ ଆସିବା ପରେ ସତର୍କତାମୂଳକ ପଦକ୍ଷେପସ୍ୱରୂପ ଏହି ଐହିହାସିକ ସ୍ମାରକୀ ମଧ୍ୟରେ ଉପସ୍ଥିତ ଥିବା ପର୍ୟ୍ୟଟକମାନଙ୍କୁ ତୁରନ୍ତ ବାହାର କରାଯିବା ପରେ ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ କରି ଦିଆଯାଇଥିଲା । ତାଜମହଲର ସୁରକ୍ଷା ଦାୟିତ୍ୱରେ ଥିବା ‘ସିଆଇଏସ୍‌ଏଫ୍‌’ ତାଜମହଲ ମଧ୍ୟରେ ବ୍ୟାପକ ତଲାସ ଆରମ୍ଭ କରିଥିଲେ । ପରେ ଜଣାପଡିଥିଲା ଜଣେ ଯୁବକ ୧୧୨ ଡାଏଲ କରି ତାଜମହଲରେ ବୋମା ଥିବା ସୂଚନା ଦେଇଥିଲେ। ଯୁବକକୁ ପୋଲିସ ହାଜତକୁ ନେଇଛି । ଯୁବକକୁ ପଚରାଉଚୁରା କରିବାକୁ ସେ କହିଛି ଯେ ଚାକିରୀ ନ ମିଳିବାରୁ ସେ ବହୁତ ଚିନ୍ତିତ। ଏହାପରେ ତାଜମହଲ ପୁଣି ଖୋଲି ଦିଆଯାଇଛି। ଏହି ଫୋନ କଲ ଫିରୋଜାବାଦରୁ କରାଯାଇଥିଲା। ମାମଲାର ଯାଞ୍ଚ ଚାଲିଛି ବୋଲି ଏସପି କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.