THE BYAPINI

ଟାଟା ମାଲିକାନାକୁ ଗଲା ଏୟାର୍‌ ଇଣ୍ତିଆ

Get real time updates directly on you device, subscribe now.

ଟାଟାକୁ ମିଳିଲା ଏୟାର ଇଣ୍ଡିଆର ମାଲିକାନା । ୬୮ ବର୍ଷ ପରେ ପୁଣି ଏୟାର ଇଣ୍ଡିଆର ମାଲିକାନା ଫେରିପାଇଲା ଟାଟା । ଏୟାର ଇଣ୍ଡିଆ ପାଇଁ ସବୁଠୁ ଅଧିକ ବିଡ ଲଗାଇଥିଲା ଟାଟା । ୧୮ ହଜାର କୋଟିର ବିଡ ଲଗାଇଥିଲା ଟାଟା ସନ୍ସ । ପ୍ରେସମିଟରେ ସୂଚନା ଦେଲେ କେନ୍ଦ୍ର ନିବେଶ ସଚିବ ତୁହିନକାନ୍ତ ପାଣ୍ଡେ ।

ତୁହିନକାନ୍ତ ପାଣ୍ଡେ କହିଛନ୍ତି, ଏୟାର ଇଣ୍ଡିଆ ଅଫିସ, ଜମି ସରକାରଙ୍କ ପାଖରେ ରହିବ । ଏୟାର ଇଣ୍ଡିଆର ପରିଚାଳନା ଦାୟିତ୍ୱ ଟାଟା ସମ୍ଭାଳିବ । ସେହିପରି ଟାଟା ସହ ଏହି ନିଲାମୀ ପ୍ରକ୍ରିୟାରେ ସ୍ପାଇସଜେଟ ମଧ୍ୟ ସାମିଲ ହୋଇଥିଲା । ଡିସେମ୍ବର ସୁଦ୍ଧା ସମସ୍ତ ଅଧିଗ୍ରହଣ କାମ ସାରିବାକୁ ଧାର୍ୟ୍ୟ କରାଯାଇଛି । ତୁହିନକାନ୍ତ ପାଣ୍ଡେ କହିଛନ୍ତି, ଯେ ବିଡିଂ ପାଇଁ ଅନେକ ଥର ଆବେଦନ କରାଯାଇଥିଲା, କିନ୍ତୁ ଶେଷରେ ସେପ୍ଟେମ୍ବରରେ ଦୁଇ ଜଣ ବିଡରଙ୍କ ନାମ ଚୂଡାନ୍ତ ହୋଇଥିଲା। ଏୟାର ଇଣ୍ଡିଆର ସମସ୍ତ କର୍ମଚାରୀଙ୍କ ଯତ୍ନ ନିଆଯିବ। ଏହା ସେମାନଙ୍କୁ ପ୍ରଭାବିତ କରିବ ନାହିଁ ।

ଟାଟା ଗ୍ରୁପ୍‌ର ଅଜୟ ସିଂ ଏବଂ ସ୍ପାଇସଜେଟ୍ କମ୍ପାନୀ ଏୟାର ଇଣ୍ଡିଆ ପାଇଁ ଟେଣ୍ଡର କରିଥିଲେ। ନିକଟରେ ମିଳିଥିବା ସୂଚନା ଅନୁଯାୟୀ ଏୟାର ଇଣ୍ଡିଆ ପାଇଁ ଟାଟା ଗ୍ରୁପ୍ ଚୟନ କରାଯାଇଛି । ଡିସେମ୍ବର ସୁଦ୍ଧା ଟାଟା ଏୟାର ଇଣ୍ଡିଆର ସମସ୍ତ ମାଲିକାନା ପାଇପାରିବ। ୧୯୩୨ ମସିହାରେ ଟାଟା ଏୟାରଲାଇନସ ସ୍ଥାପନ କରାଯାଇଥିଲା ୧୯୪୬ରେ ନାମ ବଦଳାଯାଇ ଏୟାର ଇଣ୍ଡିଆ ରଖାଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.