ବ୍ରହ୍ମପୁରକୁ ଫେରିଲା କରୋନା!
ବ୍ରହ୍ମପୁରକୁ ଫେରିଲା କରୋନା । ବ୍ରହ୍ମପୁରସ୍ଥିତ ଟାଟା ପାୱାର ଦକ୍ଷିଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ କାର୍ୟ୍ୟାଳୟର କିଛି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ କାର୍ୟ୍ୟାଳୟକୁ ଆସନ୍ତା ରବିବାର ପର୍ୟ୍ୟନ୍ତ ବନ୍ଦ କରାଯାଇଥିବା ଜଣାଯାଇଛି । ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ଏପରି ପଦକ୍ଷେପ ନେଇଛି ।
ବ୍ରହ୍ମପୁର ଟାଟା ପାୱାର କାର୍ୟ୍ୟାଳୟରେ କିଛି ବରିଷ୍ଠ ଅଧିକାରୀଙ୍କ ସହ କର୍ମଚାରୀ ବି କରୋନା ସଂକ୍ରମିତ ହୋଇଛନ୍ତି । ଏହି କମ୍ପାନିରେ ରାଜ୍ୟ ବାହାରର ବହୁ ପଦାଧିକାରୀ ଓ କର୍ମଚାରୀ ରହିଥିବା ବେଳେ ସେମାନେ କିଛିଦିନ ପୂର୍ବେ ରାଜ୍ୟ ବାହାରୁ ଯାଇ ବ୍ରହ୍ମପୁର ଫେରିଛନ୍ତି । ସେମାନଙ୍କ ସଂସ୍ୱର୍ଶରେ ଆସି ଟାଟା ପାୱାରର ମୁଖ୍ୟ କାର୍ୟ୍ୟାଳୟରେ ଅନ୍ୟ କର୍ମଚାରୀଙ୍କ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ, ଉତ୍ତରପ୍ରଦେଶ, ପଞ୍ଜାବ ଆଦି ରାଜ୍ୟର କିଛି ଅଞ୍ଚଳରେ କରୋନାର ପ୍ରଭାବ ବୃଦ୍ଧି ପାଇବା ଫଳରେ ପୁଣି ଭୟ ଫେରିଛି । ବିଶେଷ କରି ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ଅଧିକ ନଜର ରହିଛି । ରାଜ୍ୟରେ ଟିକାକରଣ ବଢ଼ୁଥିବା ବେଳେ ସଂକ୍ରମଣକୁ ବ୍ରେକ୍ ଦେବାକୁ ରାଜ୍ୟ ସରକାର ଫୋକସ୍ ଦେଇଥିବା ବେଳେ କୌଣସି ହାଲତ୍ରେ କୋଭିଡ୍ ସଂକ୍ରମଣକୁ ଚେକ୍ ଦେବାକୁ ପ୍ରଶାସନ ସତର୍କ ରହିଛି ।