‘ଠିକ୍ କରିନାହାନ୍ତି ତଥାଗତ’
ଗତ ସପ୍ତାହରେ ଖାନନଗରରେ ‘ନେତାଜୀ ସୁଭାଷ ବୋଷଙ୍କ ନାଁରେ ଅତ୍ୟାଧୁନିକ ବସ୍ ଟର୍ମିନାଲ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଗଲାଣି ତୁ ତୁ ମେ ମେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କରେ ତଥାଗତ ଶତପଥୀ ଲେଖିଥିବା ସମ୍ପାଦକୀୟକୁ ସମାଲୋଚନା କରିଛନ୍ତି ଭର୍ତ୍ତୃହରି । ନେତାଜୀଙ୍କୁ ନେଇ ବିଜେଡିର ଦୁଇ ବରିଷ୍ଠ ନେତାଙ୍କ ଏଭଳି କଳିକୁ ନେଇ ଜୋର୍ ଧରିଛି ଚର୍ଚ୍ଚା।
ତଥାଗତ ଶତପଥୀଙ୍କଫଟାଣି ଆଣି ସମ୍ମାନ’ଲେଖାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସାଂସଦ ଭର୍ତ୍ତୃହରି ମହତାବ । ନେତାଜୀଙ୍କୁ ନେଇ ତଥାଗତଙ୍କ ଏଭଳି ଚିନ୍ତାଧାରା ଠିକ୍ ନୁହେଁ ବୋଲି କହିଛନ୍ତି ଭର୍ତ୍ତୃହରି ମହତାବ । କେବଳ ଯେ ନେତାଜୀ ଓଡ଼ିଶାରେ ଜନ୍ମ ହୋଇ ହୋଇଥିଲେ ତାହା ନୁହେଁ, ସେ ଏଠାରେ ମାଟ୍ରିକ ପାସ୍ କରିଛନ୍ତି। ସେ ଓଡ଼ିଆ ବଜାରରେ ରହୁଥିଲେ । କଲିକତାରେ କଲେଜରୁ ବହିଷ୍କାର ପରେ ଦେଢ଼ ବର୍ଷ ଏଠି ରହିଥିଲେ ନେତାଜୀ । ବିଭିନ୍ନ ସ୍ଥାନକୁ ଗଲେ ଓଡ଼ିଶା ଲୋକଙ୍କ ସହ ମିଶି ମହାମାରୀ ବିରୋଧରେ ଲଢ଼ିଥିଲେ । ଯଦି ନେତାଜୀଙ୍କୁ ଟାଣି ଆଣି ସମ୍ମାନ ଦିଆଯାଉଛି ବୋଲି କୁହାଯିବ ତାହେଲେ ଏହାକୁ ଅସୂହ୍ୟା କାର୍ୟ୍ୟ ବୋଲି କୁହାଯିବ କହିଛନ୍ତି ଭର୍ତ୍ତୃହରି ମହତାବ ।
କଟକ ଖାନନଗରରେ ନିର୍ମାଣ ହେବାକୁ ଯାଉଥିବା ନୂଆ ବସ୍ ଟର୍ମିନାଲକୁ ଯେତେବେଳେ ରାଜ୍ୟ ସରକାର ନେତାଜୀଙ୍କ ନାଁରେ ନାମିତ କରିଛନ୍ତି, ଠିକ୍ ସେତିକିବେଳ ଖୋଦ୍ ବିଜେଡିର ଜଣେ ବରିଷ୍ଠ ନେତାଙ୍କ ଏଭଳି ଚିନ୍ତାଧାରାକୁ ନେଇ ନିଶାନା ସାଧିବାକୁ ସମ୍ନାକୁ ଆସିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । କଟକର ସାଂସଦ ଭାବେ ଭର୍ତ୍ତୃହରିଙ୍କୁ ତଥାଗତଙ୍କ ଏଭଳି ଲେଖା ସହଜରେ ହଜମ ହୋଇନି।