THE BYAPINI

ରାଜ୍ୟରେ ବର୍ଷୁଛି ନିଆଁ

Get real time updates directly on you device, subscribe now.

ତାତିରୁ ମିଳୁନି ତ୍ରାହି । ଆଜି ବି ଜଳୁଛି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ସ୍ଥାନ । ଅସହ୍ୟ ଗରମ, ଗୁଳୁଗୁଳି ସହ ଝାଞ୍ଜିମାଡରେ ସିଝୁଛନ୍ତି ଲୋକେ । ଉପାନ୍ତରୁ ଉପକୂଳ ଲୋକେ କଲବଲ । ପ୍ରବଳ ଗରମରେ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ସକାଳ ୯ଟା ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଭୁବନେଶ୍ୱରରେ ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ତାପମାତ୍ର ୩୯.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଗତକାଲି ଭୁବନେଶ୍ୱରରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା ।
ସେହିପରି ସାଢ଼େ ୧୧ଟା ସୁଦ୍ଧା ଅନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି । ହୀରାକୁଦରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ, ସମ୍ବଲପୁରରେ ୩୮.୮ ଡିଗ୍ରୀ, ଝାରସୁଗୁଡ଼ାରେ ୩୮.୮ ଡିଗ୍ରୀ, କେନ୍ଦୁଝରରେ ୩୮ ଡିଗ୍ରୀ, ଚାନ୍ଦବାଲିରେ ୩୭.୨ ଡିଗ୍ରୀ, ବାଲେଶ୍ୱରରେ ୩୭ ଡିଗ୍ର. ପୁରୀରେ ୩୨.୪ ଡିଗ୍ରୀ ଏବଂ ଗୋପାଳପୁରରେ ୩୦.୮ ଡିଗ୍ରୀ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.