ଏବେଠୁ ଏତେ..ଆଗକୁ ଅସମ୍ଭାଳ
ମାର୍ଚ୍ଚ ହେଇନି । କିନ୍ତୁ ଏବେଠୁ ଅସମ୍ଭାଳ ତାତି । ରାଜଧାନୀ ଭୁବନେଶ୍ୱର ଲଗାତର ତୃତୀୟ ଦିନ ପାଇଁ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଆଜି ଭୁବନେଶ୍ୱରରେ ତାପମାତ୍ରା ରହିଛି ୪୦.୪ ଡିଗ୍ରି ସେଲସିୟସ୍ । ସେହିପରି ୧୪ଟି ସହରରେ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଉପରେ ରହିଛି ।
ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ଆହୁରି ବଢିବ ତାପମାତ୍ରା । ରାଜ୍ୟର ଅଧତ୍କାଂଶ ଜିଲ୍ଲାରେ ୫ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। ପାଣିପାଗ ବିଭାଗ ଏନେଇ ସତର୍କ ସୂଚନା ଜାରି କରିଛି । ଗତ୨୩ ତାରିଖରେ ରାଜଧାନୀରେ ତାପମାତ୍ରା ୩୭ ଦଶମିକ ୧ ଡିଗ୍ରୀ ଥିଲା। ଗତ ୨୪ ତାରଖରେ ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ପାର୍ କରିଥିଲା। ସେହିପରି ୨୫ ଭୁବନେଶ୍ୱର ତାପମାତ୍ରା ୩୯ ଡିଗ୍ରୀ ପାର କରିଥିଲା। ଲଗାତର ତିନ ଦିନ ହେଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର ପାଲଟିଛି।
ଏହା ପଛକୁ ରାଜ୍ୟର ୪ଟି ସହରର ତାପମାତ୍ରା ୩୮ ଡିଗ୍ରି ରହିଥିବା ବେଳେ ୯ ସହରରେ ୩୭ ଡିଗ୍ରି ରେକର୍ଡ ହୋଇଥିଲା। ଫଳରେ ମାଘ ନ ଯାଉଣୁ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଯାଇଛି। ତେବେ ରାଜ୍ୟର ତାପମାତ୍ରା ଆଗକୁ ଆହୁରି ବଢ଼ିବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।