THE BYAPINI

ସପ୍ତାହକୁ ଦୁଇ ଦିନ ବନ୍ଦ ହୋଇପାରେ ମନ୍ଦିର..ଜାଣନ୍ତୁ କେଉଁଦିନ ଲାଗିପାରେ କଟକଣା?

Get real time updates directly on you device, subscribe now.

ସରକାରଙ୍କ ସତର୍କ ଘଂଟି । ପୁଣି ଫେରିଲା କଟକଣା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଭିଡ କମାଇବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସରକାର ନେଇପାରନ୍ତି । ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦିଆଯାଇଛି । ରାଜ୍ୟରେ ପୁଣି ଶନିବାର ଓ ରବିବାର ମନ୍ଦିର ବନ୍ଦ ରଖିବାକୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଖୁବ ଶୀଘ୍ର ଏନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇପାରେ ।

କରୋନା କମବ୍ୟାକ ପରେ ସତର୍କ ହୋଇପଡିଛନ୍ତି ସରକାର । ରାଜ୍ୟରେ ଯେପରି କରୋନା ସଂକ୍ରମଣ ସ୍ଥିତି ଅସମ୍ଭାଳ ନହୁଏ ସେ ନେଇ କଟକଣା କଡାକଡି କରାଯାଇଛି । ତେବେ ସଂକ୍ରମଣକୁ ରୋକିବା ପାଇଁ ପୁରୀ ଜଗନ୍ନାଥ ମନ୍ଦିର ରବିବାର ଦର୍ଶନ ବନ୍ଦ ଥିବା ବେଳେ ରାଜ୍ୟର ସବୁ ମନ୍ଦିର ଶନିବାର ଓ ରବିବାର ବନ୍ଦ ହୋଇପାରେ । ଏନେଇ ପ୍ରସ୍ତାବ ଦିଆଯାଇଛି । ରାଜ୍ୟରେ ସମସ୍ତ ମନ୍ଦିର ବାବଦରେ ଖୁବଶୀଘ୍ର ନିଷ୍ପତ୍ତି ସମ୍ଭାବନା ରହିଛି ।

ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ୧୦ ଦିନ ସ୍ପେଶାଲ ଡ୍ରାଇଭ୍ କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ସଂକ୍ରମଣ ହ୍ରାସ କରିବାକୁ ଅଧିକ ପୋଲିସ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ସଂକ୍ରମଣ ବ୍ୟାପୁଥିବା ପଶ୍ଚିମ ଓଡିଶା ପ୍ରତି ସ୍ଵତନ୍ତ୍ର ନଜର ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.