THE BYAPINI

ଭକ୍ତଙ୍କ ପାଇଁ ଭଲ ଖବର

Get real time updates directly on you device, subscribe now.

ଶିବ ଭକ୍ତଙ୍କ ପାଇଁ ବଡ଼ ଖବର । ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଭିତରେ ଦୀପ ଜାଳିବାକୁ ମିଳିଲା ଅନୁମତି । କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ସହ ଭକ୍ତଙ୍କୁ ମନ୍ଦିରରେ ଦୀପ ଜାଳିବା ନେଇ ଅନୁମତି ମିଳିଛି । ତେବେ ଯଦି ଅଧିକ ଭିଡ ପରିଲିକ୍ଷିତ ହୁଏ , ତାହା ହେଲେ ପୁଣି ଲଗୁ କରାଯାଇପାରେ କଟକଣା । ମନ୍ଦିର ବୁଲିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଏମ୍‌ସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ ।

ଆଜି ମହାଶିବରାତ୍ରୀ । ଭକ୍ତ ଦିନସାରା ଉପବାସ କରି ଉଜାଗର ରହି ଜାଗର ଦୀପ ଜାଳିଥାଏ । ହେଲେ ଏଥର ମହାମାରୀ କରୋନା ପାଇଁ ମନ୍ଦିର ଭିତରେ ଦୀପ ଜାଳିବାକୁ ମନା କରାଯାଇଥିଲା । ହେଲେ ଆଜି ବିଏମସି କମିସନର ମନ୍ଦିର ବୁଲି ସ୍ଥିତି ପରିଖିବା ପରେ ମନ୍ଦିର ବେଢା ଭିତରେ ଦୀପ ଜାଳିବାକୁ ଅନୁମତି ଦେଇଥିଲେ । ହେଲେ ଦୀପ ଜାଳିବା ବେଳେ ସାମାଜିକ ଦୂରତା ରଖିବାକୁ ପଡିବ ।

ଆଜି ସକାଳୁ ଶାନ୍ତି ଶୃଙ୍ଖଳାର ସହ ଭକ୍ତମାନେ ଭଗବାନଙ୍କୁ ଦର୍ଶନ କରୁଛନ୍ତି । ସମସ୍ତେ କରୋନା କଟକଣା ଭିତରେ ରହି ମନ୍ଦିର ଭିତରେ ପ୍ରବେଶ କରୁଥିବା ଦେଖାଯାଇଛି ।ନୀତି ନିର୍ଘଣ୍ଟ ଅନୁସାରେ ଯଥା ବିଧି ନୀତିକାନ୍ତି ସମ୍ପନ୍ନ ହୋଇଛି । ପ୍ରାତଃ ୩ଟାରୁ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପାଦନ ହୋଇଛି । ଭୋର ୩ଟା ୩୦ରୁ ଦିବା ୧୧ଟା ଯାଏ ସାହାଣମେଲା ଦର୍ଶନ କରିଛନ୍ତି ଭକ୍ତ । ସକାଳ ୬ଟା ୩୦ରେ ରୋଷ ହୋମ । ଦିନ ୧୧ଟାରୁ ୧୨ଟା ଛାମୁ ପରିଷ୍କାର, ଦିନ ୧୨ଟାରୁ ମଧ୍ୟାହ୍ନ ୧୨ଟା ୪୫ ଯାଏ ମହାସ୍ନାନ ଓ ବେଶ ଅନୁଷ୍ଠିତ ହୋଇଛି । ମହାଦୀପ ରାତି ୧୦ଟାରେ ଉଠିବ । ତା’ପରେ ସାହାଣମେଲା ଦର୍ଶନ ରାତ୍ର ୧୦ଟାରୁ ୧୧ ଟା ଯାଏ, ଚାରି ପ୍ରହର ପୂଜା ରାତ୍ର ୧୧ଟା ୩୦ରୁ ୩ଟା ୩୦ ଯାଏ, ହରିହର ଭେଟ ଭୋର ୩ଟା ୩୦ରୁ ୪ଟା ୩୦ ଯାଏ ଚାଲିବ । ଭୋର୍ ୪ଟା ୩୦ରୁ ସକାଳ ୫ଟା ୧୫ ଯାଏ ବଡ଼ ସିଂହାର ଓ ପହୁଡ଼ ନୀତିକାନ୍ତି ହେବ ।

Get real time updates directly on you device, subscribe now.

Leave A Reply

Your email address will not be published.