ଢିଙ୍କିଆରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ
ଢିଙ୍କିଆରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ । ଆଜି ଗ୍ରାମବାସୀମାନେ ପାନବରଜକୁ ଯିବା ବେଳେ ଗାଁ ମୁଣ୍ଡରେ ଅଟକାଇଥିଲା ପୋଲିସ । ପ୍ରଶାସନ ପକ୍ଷରୁ ଗାଁର ଚାରିପଟେ ମୁତୟନ ହୋଇଥିବା ପୋଲିସ ନିକଟରେ ଲୋକ ମାଡ଼ି ଆସିବାରୁ ଉତେଜନ ପ୍ରକାଶ ପାଇଥିଲା । ଜେ.ଏସ.ଡବ୍ଲୁ ପ୍ରସ୍ତାବିତ ପ୍ରକଳ୍ପକୁ ନେଇ ପ୍ରଶାସନ ପାନବରଜ ଭାଙ୍ଗୁଥିବା ଅଭିଯୋଗ କରିଛନ୍ତି ଚାଷୀ । ଏନେଇ ଛୋଟ ଛୋଟ ପିଲାଙ୍କୁ ଧରି ଶତାଧିକ ଗ୍ରାମବାସୀ ପ୍ରକଳ୍ପ ନିକଟକୁ ଯାଉଥିଲେ । ଏହି ସମୟରେ ପୋଲିସ ଅଟକାଇବାରୁ ଉତେଜନା ସୃଷ୍ଟି ହୋଇଥିଲା ।
ପୋଲିସ ଓ ଗ୍ରାମବାସୀ ମଧ୍ୟରେ ଠେଲାପେଲା ହୋଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡିଛି । ଗୋଟିଏ ପଟେ ଶହ ଶହ ଗ୍ରାମବାସୀ ଛୋଟ ପିଲାଙ୍କ ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଫଳରେ ପୋଲିସ-ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଢ଼ିଙ୍କିଆ ଗ୍ରାମର ପାନବରଜ ଭଙ୍ଗା ହେଉଥିବା ସ୍ଥାନକୁ ସାମୂହିକ ଗ୍ରାମବାସୀ ଯାଉଥିବା ବେଳେ ଗ୍ରାମର ସୀମାରେ ଜଗିରହିଥିବା ପୋଲିସ ଗ୍ରାମବାସୀଙ୍କୁ ବିରୋଧ କରିଥିଲେ । ଯାହାକୁ ନେଇ ଗ୍ରାମବାସୀ ଓ ପୋଲିସଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।