THE BYAPINI

ଆଇପିଏଲ ନିଲାମ ବେଳେ ଅଘଟଣ..ଖସିପଡିଲେ ନିଲାମକାରୀ

Get real time updates directly on you device, subscribe now.

ଆଇପିଏଲ-୨୦୨୨ ମେଗା ଅକ୍ସନରେ ଘଟିଛି ଅଘଟଣ। ନିଲାମ ଚାଲିଥିବା ବେଳେ ଅକ୍ସନିର ବା ନିଲାମକାରୀ ହ୍ୟୁଜ୍ ଏଡମିଡ୍ସ ହଠାତ୍ ଅଚେତ୍ ହୋଇ ତଳେ ପଡ଼ିଯାଇଛନ୍ତି। ଯେଉଁ କାରଣରୁ ନିଲାମକୁ ସ୍ଥଗିତ ରଖାଯାଇଛି। ପ୍ରଥମେ ଚେତାଶୂନ୍ୟ ହୋଇ ଷ୍ଟେଜ୍ ତଳକୁ ପଡିଯାଇଥିଲେ । ଯାହାପରେ ସେଠାରେ ଉପସ୍ଥିତ ଥିବା ପ୍ରତି ଦଳର ମାଲିକମାନେ ହଠାତ୍ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ତେବେ ବର୍ତ୍ତମାନ ନିଲାମ ପ୍ରକ୍ରିୟା ପୁଣିଥରେ ଆରମ୍ଭ ହେବ କି ନାହିଁ ସେ ନେଇ କୌଣସି ବି ସୂଚନା ମିଳିପାରିନାହିଁ ।
ଶ୍ରୀଲଙ୍କାର ସ୍ପିନ୍ ଅଲରାଉଣ୍ଡର୍ ୱାନିନ୍ଦୁ ହସରଙ୍ଗାଙ୍କୁ ନିଲାମ ପାଇଁ ଡାକ ଚାଲିଥିଲ।। ହସରଙ୍ଗାଙ୍କ ପାଇଁ ୧୦ କୋଟିରୁ ଅଧିକ ଟଙ୍କାର ଡାକ ଚାଲିଥିବା ବେଳେ ହଠାତ୍ ନିଲାମକାରୀ ହ୍ୟୁଜ ତଳେ ପଡ଼ିଯାଇଥିଲେ। ତେବେ ସେ କେଉଁ କାରଣରୁ ଏମିତି ତଳେ ପଡ଼ିଗଲେ, ତାହା ଜଣାପଡ଼ିନାହିଁ। ବିସିସିଆଇ ମେଡିକାଲ୍ ଟିମ୍ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

Get real time updates directly on you device, subscribe now.

Leave A Reply

Your email address will not be published.