THE BYAPINI

ଶିଶୁପୁତ୍ରକୁ ଝାମ୍ପିନେଲା ବାଘ

Get real time updates directly on you device, subscribe now.

ଶିଶୁପୁତ୍ରକୁ ଝାମ୍ପିନେଲା ବାଘ । ଚିତାବାଘ ନେଲା ୬ ବର୍ଷର ଛୁଆର ଜୀବନ । ଛତିଶଗଡ଼ର ସିହାୱା ପାହାଡ ନିକଟସ୍ଥ ଏକ ମନ୍ଦିରକୁ ପରିବାର ସହ ମନ୍ଦିର ଯିବା ସମୟରେ ହିଁ ବାଘଟି ଶିଶୁପୁତ୍ରକୁ ଝାମ୍ପିନେଲା । ପରେ ଗ୍ରାମବାସୀ ଏବଂ ବନ ବିଭାଗ ପିଲାଟିକୁ ବାଘ କବଳରୁ ଉଦ୍ଧାର କରିଥିଲେ । ଶିଶୁଟିକୁ ଉଦ୍ଧାର କରିବା ପରେ ସିହାୱା ମେଡ଼ିକାଲରେ ଭର୍ତ୍ତି କରିଥିଲେ କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶିଶୁପୁତ୍ରର ବୟସ ପାଖାପାଖି ୬ରୁ ୭ ବର୍ଷ ହେବ । ନବରଙ୍ଗପୁର ତୁହୁଡ଼ି ଗାଁର ନରେନ୍ଦ୍ର ମରକାମଙ୍କ ପୁଅ ଅମିତ ମରକାମ୍ ।
ପାଖରେ ଥିବା ଏକ ହନୁମାନ ମନ୍ଦିର ନିକଟକରେ ପ୍ରଥମେ ବାଘଟିକୁ ଦେଖିବାକୁ ମିଳିଥିଲା । ଏକ ଅଭାବନୀୟ ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିବାବେଳେ ବାଘ ପାଇଁ ଭୟଭୀତ ଲୋକେ ।

Get real time updates directly on you device, subscribe now.

Leave A Reply

Your email address will not be published.