ବରଗଡ ଧନୁଯାତ୍ରା ସ୍ଥଗିତ
ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ସ୍ଥଗିତ ନିଷ୍ପତ୍ତି । କୋଭିଡ କଟକଣା ପାଇଁ ସ୍ଥଗିତ ନିଷ୍ପତ୍ତି ହୋଇଛି । ହେଲେ ଜାନୁଆରୀ ଗାଇଡଲାଇନ ଦେଖିବା ପରେ ପୁନଃବିଚାର କରାଯିବ । ଚଳିତ ମାସରେ ଶୁଭସ୍ତମ୍ଭ ଦେବାର କାର୍ୟ୍ୟକ୍ରମ ରହିଥିଲା । ଏନେଇ ସୂଚନା ଦେଲେ ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ । କରୋନା ମହାମାରୀ ପାଇଁ ଗତ ବର୍ଷ ମଧ୍ୟ ଧନୁଯାତ୍ରା ବନ୍ଦ ରହିଥିଲା । ତେବେ ଏଥର ମଧ୍ୟ କରୋନା ପାଇଁ ଧନୁଯାତ୍ରାକୁ ସ୍ଥଗିତ ରଖାଯାଇଛି । ରାଜ୍ୟରେ ଧିରେ ଧିରେ କରୋନା ମହାମାରୀ କମିଥିଲେ ମଧ୍ୟ ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱରେ ପୁଣି ଭୟ ଦେଖାଯାଇଛି ।