THE BYAPINI

ଆଗ କୋଭିଡ ଟେଷ୍ଟ,ପରେ ବାହାଘର

Get real time updates directly on you device, subscribe now.

ରାଜ୍ୟ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅଧିକ ସତର୍କ ହୋଇପଡିଛନ୍ତି ଗଂଜାମ ଜିଲ୍ଲାପ୍ରଶାସନ । ବାହାଘର ଭୋଜି ପାଇଁ ଗଂଜାମରେ ଲାଗୁ ହୋଇଛି ନୂଆ ନିୟମ । ଏଣିକି ବାହା ଭୋଜି କରିବାକୁ ଚାହୁଁଥିଲେ ଆଗ କରେନା ଟେଷ୍ଟ କରିବାକ ପଡିବ । ପରିବାର ସମସ୍ତ ସଦସ୍ୟଙ୍କ କୋଭିଡ ଟେଷ୍ଟ ହେବ । ନେଗେଟିଭ ଆସିଲେ ହିଁ ଅନୁମତି ଦିଆଯିବ । ପଜିଟିଭ ଆସିଲେ ବିବାହ ଆୟୋଜନ ପାଇଁ ମିଳିବ ନାହିଁ ଅନୁମତି ।

କରୋନା ସଂକ୍ରମଣ ବଢୁଥିବାରୁ କଟକଣା ଭିତରେ ବିବାହ କାର୍ୟ୍ୟକ୍ରମ ଆୟୋଜନ ପାଇଁ ସରକାର ଅନମତି ଦେଇଛନ୍ତି ।ହେଲେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଅଧିକ ସତର୍କ ହୋଇଛନ୍ତି । ବିବାହ ଆୟୋଜନ କରୁଥିବା ପରିବାର ସଦସ୍ୟଙ୍କ ଆଂଟିଜେନ ଟେଷ୍ଟ କରିବା ସହ ପଜିଟିଭ ଚିହ୍ନଟ ହେଲେ ବିବାହ ଆୟୋଜନ ପାଇଁ ଅନୁମତି ମିଳିବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ବିବାହରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ ବୋଲି ଅନୁମତି ରହିଛି ।
ସେହିପରି ବିବାହ ବେଳେ କୋଭିଡ ଗାଇଡଲାଇନକୁ ଉଲ୍ଲଂଘନ କଲେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଇଛି । ବାହାଘରରେ ସାଧାରଣତ ଅନେକ ଲୋକ ଏକାଠି ହୋଇଥାନ୍ତି । ତେରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକା ରହିଛି । ସଂକ୍ରମଣ ଯେପରି ଅଧିକ ନବ୍ୟାପିବ ସେ ନେଇ ଏହି ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.