୨୦୨୨-୨୩ ସୁଦ୍ଧା ପୁରୀରୁ ଉଡିବ ବିମାନ
ଆସନ୍ତା ୨୦୨୨-୨୩ ସୁଦ୍ଧା ପୁରୀରୁ ଉଡିବ ବିମାନ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ଏନେଇ ସୂଚନା ଦେଇଛନ୍ତି । । ସବୁ ଠିକଠାକ ଚାଲିଲେ ୨୦୨୨ ସୁଦ୍ଧା ବିମାନବନ୍ଦର କାମ ସରିବ । କରୋନା ସ୍ଥିତି ପାଇଁ ବିମାନ ଉଡାଣ ପ୍ରଭାବିତ ହେଉଛି । ପୁରୀରେ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ପ୍ରକିୟା ଆରମ୍ଭ ହୋଇସାରିଛି ।ସବୁ ଅବିଭକ୍ତ ଜିଲ୍ଲାରେ ଥିବା ଏୟାରଷ୍ଟ୍ରିପର ଉନ୍ନତି ପାଇଁ ଆଲୋଚନା ହୋଇଛି । ରାଉରକେଲା, ଉତ୍କେଲା, ଜୟପୁରରୁ ଉଡାଣ ପାଇଁ ସରକାର ସହଯୋଗ କରୁୁଛନ୍ତି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।
ପୁରୀରେ ଏୟାରପୋର୍ଟ ନିର୍ମର୍ାଣ ଘୋଷଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ହୋଇଥିଲା । ଏହା ପରେ କିଛି ଦିନ ତଳେ ଏୟାରପୋର୍ଟ ଅଫ ଇଣ୍ଡିଆ ଅଥିରିଟି ଟିମ ଆସି କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି ଟିମ ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ଓ ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ଦୁଇଟି ସ୍ଥାନ ବୁଲି ଦେଖିଥିଲେ । ସେପଟେ ଡାକୋଟା ବିମାନ ପାଇଁ ଜାଗା ଚିହ୍ନଟ ହୋଇଯାଇଥିବା କହିଛନ୍ତି ପରିବହନ ମନ୍ତ୍ରୀ । ଭୁବନେଶ୍ୱର ବିମାନ ବନ୍ଦର ନିକଟ ବିଜୁ ପ୍ରତିମୂର୍ତ୍ତିରେ ରଖିବାକୁ ନିଷ୍ପତ୍ତି ହୋଇଛି । ଏନେଇ ଏୟାରପୋର୍ଟ ଅଥରିଟିଙ୍କୁ ରାଜ୍ୟ ସରକାର ଚିଠି ଲେଖିଥିଲେ ।