THE BYAPINI

ଖୋଜି ସାମ୍ବାଦିକ – ଲକ୍ଷ୍ମୀ ନାରାୟଣ

Get real time updates directly on you device, subscribe now.

ଲକ୍ଷ୍ମୀ ନାରାୟଣ କାନୁନଗୋ । ଟିଭି ମିଡିଆରେ ନିଜ ସ୍ପଷ୍ଟ ମତ ପାଇଁ ବେଶ ଜଣାଶୁଣା । କୈାଣସି ଦଳ ସପକ୍ଷରେ ନୁହେଁ ବରଂ ଲୋକଙ୍କ ପାଇଁ ଆଉ ରାଜ୍ୟ ସ୍ୱାର୍ଥ ଉପରେ କହିବାକୁ ଭଲ ପାଉଥିବା ଏଭଳି ସାମ୍ବାଦିକ ଖୁବ କମ୍ ଦେଖିବାକୁ ମିଳନ୍ତି । କୈାଣସି ଚାପର ବଶବର୍ତ୍ତୀ ହେବା ବଦଳରେ ଉତ୍ତରଦାୟୀ ହେବାକୁ ସର୍ବଦା ଗୁରୁତ୍ୱ ଦେଇଥିବା ସାମ୍ବାଦିକ ହେଉଛନ୍ତି କନକ ନ୍ୟୁଜର ବରିଷ୍ଠ ରିପୋର୍ଟର ଲକ୍ଷ୍ମୀ ନାରାୟଣ କାନୁନଗୋ । ସବୁବେଳେ ନୂଆ କିଛି କରି ଦେଖାଇବାର ମାନସିକତା ଏବଂ ସରକାରଙ୍କ ଦୋଷ ଦୁର୍ବଳତା ଖୋଜିବାରେ ନିଜର ସମୟକୁ ସମର୍ପି ଦେଇ କାର୍ଯ୍ୟ କରିବାକୁ ସେ ପସନ୍ଦ କରିଥାନ୍ତି ।

ପ୍ରିଂଟ ମିଡିଆରୁ କାମ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ମିଡିଆ ଯାଏଁ ପହଁଚିବାରେ ତାଙ୍କର ଏହି ଯାତ୍ରାରେ ସେ କେବେ ଅଟକି ଯାଇନାହାନ୍ତି । ଚାପର ଶୀକାର ହୋଇ ନିଜ ଆଭିମୁଖ୍ୟକୁ ବଦଳାଇ ନାହାନ୍ତି ବରଂ ପ୍ରତିକୂଳ ପରିସ୍ଥିତି ତାଙ୍କ ଲଢେଇ କରିବାର ମାନସିକତାକୁ ଆହୁରି ଶାଣିତ କରିଛି । ରାଜ୍ୟ ସରକାରଙ୍କ ଇ-ଡେସପାଚରୁ ଷ୍ଟୋରୀ ବାହାର କରିବା, ଚିଠିକୁ ଖବରର ରୂପ ଦେବା, ଆରଟିଆକୁ ବ୍ୟଭହାର କରି ସରକାରଙ୍କ ମୁଖା ଖୋଲିବା ଏବଂ ସର୍ବୋପରି ସ୍ପଷ୍ଟ ଭାବେ ସତ କହିବା ହିଁ ତାଙ୍କୁ କ୍ୟାରିୟରରେ ଆଗକୁ ନେଇଛି ।

ଇଛାଧୀନ କୋଟା କେଳେଙ୍କାରୀ ମାମଲାରେ ସେ ପ୍ରକାଶ କରିଥିବା ରିପୋର୍ଟ ଆଜି ବି ଚର୍ଚ୍ଚାରେ । ସିଏଜି ରିପୋର୍ଟ ଯାହାକୁ ଅନେକ ଗଣମାଧ୍ୟମ ସଂସ୍ଥାଙ୍କ ଡେସ୍କ ଉପରେ ଶୋଭାପାଏ ସେଥିରୁ ସେ ଖବର ବାହାର କରିବାକୁ ପସନ୍ଦ କରିଥାନ୍ତି । କନକ ନ୍ୟୁଜରେ ଚାକିରୀ କରି ମଧ୍ୟ ଅନ୍ୟ ସଂସ୍ଥାର ଖବର ଯାହା ତାଙ୍କ ହୃଦୟକୁ ଛୁଇଁଥାଏ ତାକୁ ବେଧଡକ ଭାବେ ନିଜ ଆଭିମୁଖ୍ୟ ସହ ଯୋଡିଥାନ୍ତି । କାରଣ ସେ ବିଶ୍ୱାସ କରନ୍ତି ଚପା ଆଉ ଛପାର ଯୁଗକୁ ସୋସିଆଲ ମିଡିଆ ସାରି ଦେଇଛି । ଯେଉଁ ତଥ୍ୟକୁ ଅନ୍ୟମାନେ ବୁଝିବାରେ ବିଳମ୍ବ କରନ୍ତି ତାକୁ ସେ ଫଟାଫଟ ବୁଝିଯାଇ ନିର୍ଯ୍ୟାସରେ ପହଂଚି ଯାଆନ୍ତି । ସରକାରୀ ଦସ୍ତାବିଜକୁ ଚାଷ କରିବାରେ ସେ ଓସ୍ତାଦ । ବିଜେଡି ବିଧାୟକଙ୍କ ଚ୍ୟାନେଲରେ ରହି ମଧ୍ୟ ଅନ୍ୟମାନଙ୍କ ପରି ସେ ଗୋଡାଣିଆ ସାଜିନାହାନ୍ତି । ସରକାରଙ୍କୁ ଅଡୁଆରେ ପକାଇଲା ଭଳି କାର୍ଯ୍ୟ କରି ବାହା ବା ଲୁଟିଛନ୍ତି ।

ସୋସିଆଲ ମିଡିଆରେ ଖୁବ ଲୋକପ୍ରିୟ ଆଉ ଚର୍ଚ୍ଚିତ ମଧ୍ୟ । ଲକ୍ଷ୍ମୀଙ୍କର ସମସ୍ତ ପୋଷ୍ଟ ତଥ୍ୟଭିତ୍ତିକ ଏବଂ ଅନ୍ୟଙ୍କ ଠାରୁ ଭିନ୍ନ ମଧ୍ୟ । ସେଥିପାଇଁ ତାଙ୍କ ଲେଖା ଅନେକଙ୍କ ହୃଦୟକୁ ଛୁଇଁଯାଏ । ରାଜନୈତିକ ଚାନ୍ଦାର ସେ ଘୋର ବିରୋଧୀ । ଷ୍ଟେଟ ଫଣ୍ଡିଙ୍ଗ ଉପରେ ସବୁବେଳେ ଜୋର ଦେଇ ଆସିଛନ୍ତି । ଆନ୍ନା ଆନ୍ଦୋଳନକୁ ସମର୍ଥନ ଦେଇଥିବା ଏହି ସାମ୍ବାଦିକ ଅତୀତରେ ଉଭୟ ଶାସକ ଆଉ ବିରୋଧୀ ଦଳଠାରୁ ଅନେକ ଆହ୍ୱାନର ସାମ୍ନା କରିଛନ୍ତି । ହେଲେ ନିଜ କର୍ତ୍ତବ୍ୟରୁ କେବେ ଓହରି ଯାଇନାହାନ୍ତି ।

ତାଙ୍କର ଏକ ଫେସବୁକ ପୋଷ୍ଟ ଉପରେ ନଜର ପକାନ୍ତୁ ।

ଯେଉଁ ବ୍ୟକ୍ତି ଜ୍ଞାନ ସଞ୍ଚୟ କରେ ଅଥଚ ତାକୁ ବିତରଣ କରେନାହିଁ ତାକୁ ‘ନାରଦ ଭକ୍ତି ସୂତ୍ର’ରେ ‘କୃପଣ’ ଆଖ୍ୟା ଦିଆଯାଇଛି!

ଅର୍ଥାତ୍ କେବଳ ଜ୍ଞାନ ଆହରଣ ନୁହେଁ, ଜ୍ଞାନ ବାଂଟିବାରେ ମଧ୍ୟ ସେ ବିଶ୍ୱାସ କରିଥାନ୍ତି । ତେଣୂ ସାମ୍ବାଦିକତାକୁ ବୃତ୍ତି ଭାବେ ବାଛୁଥିବା ଆଗାମୀ ପିଢୀ ପାଇଁ ସେ ଆଦର୍ଶ । ସତ୍ ରାସ୍ତାରେ ଗଲେ ସଫଳତା ମିଳେ, ତାର ସବୁଠାରୁ ବଡ ଉଦାହରଣ ହେଉଛନ୍ତି ଲକ୍ଷ୍ମୀ ନାରାୟଣ ।

Get real time updates directly on you device, subscribe now.

Leave A Reply

Your email address will not be published.