THE BYAPINI

ଦ୍ୱିତୀୟ ସରିନି ତୃତୀୟ ଚିନ୍ତା!

Get real time updates directly on you device, subscribe now.

ଦେଶରେ କରୋନା ସଂକ୍ରମଣ କାୟା ମେଲାଉଥିବା ବେଳେ ଆସିଛି ଆଉ ଏକ ଚିନ୍ତା ବଢାଇଦେବା ଭଳି ଖବର । କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ପରେ ନିଶ୍ଚୟ ଆସିବ କରୋନାର ତୃତୀୟ ଲହର । ଏନେଇ ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତା । କିନ୍ତୁ ତୃତୀୟ ଲହର କେବେ ଆସିବ, ତାହା ସ୍ପଷ୍ଟ ହୋଇନାହିଁ ।
କରୋନାର ପ୍ରଥମ ଲହର ଦେଶରେ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଥିବା ବେଳେ ଅନେକ ଲୋକଙ୍କର ଜୀବନ ଯାଇଛି ।

ସେହିପରି ପ୍ରଥମ ଲହରଠୁ ଆହୁରି ସାଂଘାତିକ ହୋଇଛି ଦ୍ୱିତୀୟ ଲହର । ପ୍ରତିଦିନ ଦେଶରୁ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ବହୁ ଲୋକଙ୍କର ମୃତ୍ୟୁ ହେଉଛି । ଦେଶରେ ଏକ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । କରୋନା ଦ୍ୱିତୀୟ ଲହର ଲୋକଙ୍କୁ ଆତଙ୍କିତ କରିଥିବା ବେଳେ ତୃତୀୟ ଲହର ନିଶ୍ଚିତ ଆସିବ । କେନ୍ଦ୍ର ସରକାରଙ୍କ ପ୍ରିନ୍ସପାଲ ସାଇଣ୍ଟିଫିକ୍ ପରାମର୍ଶଦାତା କହିଛନ୍ତି ଯେ କରୋନାର ତୃତୀୟ ଲହରକୁ ଅଣଦେଖା କରାଯାଇ ପାରିବନାହିଁ। କରୋନାର ନୂଆ ଲହର ପାଇଁ ଆମେ ପ୍ରସ୍ତୁତ ରହିବା ଆବଶ୍ୟକ ।

ସେ କହିଛନ୍ତି ଯେଉଁଭଳି ଭାବେ କରୋନା ବିସ୍ତାର କରୁଛି ତୃତୀୟ ଲହର ଅଣଦେଖା କରାଯାଇ ପାରିବନାହିଁ। ତେବେ ତୃତୀୟ ଲହର କେବେ ଆସିବ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ତୃତୀୟ ଲହର ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ପଡିବ ବୋଲି ସେ କହିଛନ୍ତି। ଭ୍ୟାକସିନ ଅପଗ୍ରେଡ କରିବା ଉପରେ ନଜର ରଖିବାକୁ ପଡିବ।

ଦ୍ୱିତୀୟ ଲହରରେ ଦେଶରେ ସ୍ଥିତି ଅସମ୍ଭାଳ ହୋଇପଡିଛି । ପ୍ରତିଦିନ ଲକ୍ଷଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢିଚାଲିଛି । ଗୋଟିଏ ଦିନରେ ୩୭୮୦ ଜଣଙ୍କ ମୃତ୍ୟୁ ହୋଇଛି। କରୋନାର ଚେନ ଭାଙ୍ଗିବା ପାଇଁ ଅନେକ ରାଜ୍ୟରେ ଲକଡାଉନ ଲାଗୁ ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.