THE BYAPINI

କାବୁ ହେଲା ‘ସୁନ୍ଦରୀ’..ଫେରିଯିବ କାହ୍ନା

Get real time updates directly on you device, subscribe now.

କାବୁ ହେଲା ‘ସୁନ୍ଦରୀ’ । ଏବେ ସେ ଯେଉଁଠୁ ଆସିଥିଲା ସେଠାକୁ ଫେରିଯିବ । ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’କୁ କାବୁ କରିଛି ବନବିଭାଗ । ଏବେ ତାକୁ ବନ୍ଦୀ ଜୀବନରୁ ମୁକ୍ତି ମିଳିବ । ମଧ୍ୟପ୍ରଦେଶ ଫେରିବା ପରେ ସୁନ୍ଦରୀର ଜଙ୍ଗଲୀ ପ୍ରକୃତି ଫେରାଇଆଣିବାକୁ ଉଦ୍ୟମ କରାଯିବ । ସୁନ୍ଦରୀ’କୁ ସ୍ୱତନ୍ତ୍ର ଗାଡ଼ିରେ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ସ୍ୱତନ୍ତ୍ର ଗାଡ଼ିରେ ନିଆଯାଉଛି । ସେଠାରେ ଗରିଲା ଏନକ୍ଲୋଜରରେ ‘ସୁନ୍ଦରୀ’କୁ ଛଡ଼ାଯିବାର ଯୋଜନା ରହିଛି ।

ସୁନ୍ଦରୀ’କୁ ନେବା ପାଇଁ ମଧ୍ୟପ୍ରଦେଶରୁ ୬ ଜଣିଆ ଟିମ୍ ଆସିଥିଲେ । ବାଘୁଣୀକୁ କାବୁ କରିବା ଲାଗି ଯନ୍ତା ବସା ଯାଇଥିଲା । ବାରମ୍ବାର ଉଦ୍ୟମ ସତ୍ତ୍ୱେ ‘ସୁନ୍ଦରୀ’ ଯନ୍ତାରେ ପଶି ନଥିଲା । ଶେଷରେ ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରାଯାଇ ଯନ୍ତାରେ ଭର୍ତ୍ତି କରାଯାଇଥିଲା ।

ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିଲା । ଏହା ଥିଲା ଦେଶର ପ୍ରଥମ ଆନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ । ହେଲେ ୨୦୧୮ ଜୁନରେ ସୁନ୍ଦରୀ ଆସିବା ଦିନରୁ ବନ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ବିଶେଷ କରି ସୁନ୍ଦରୀ ଆକ୍ରମଣରେ ୨ ଜଣ ସାଧାରଣ ଲୋକଙ୍କ ଜୀବନ ଯିବା ପରେ ଏହାକୁ ନେଇ ଅଂଚଳବାସୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାପରେ ସେହିବର୍ଷ ନଭେମ୍ବରରୁ ସୁନ୍ଦରୀ ଏନକ୍ଲୋଜର ଭିତରେ ବନ୍ଦୀ ଜୀବନ ବିତାଉଥିଲା । ଦୀର୍ଘ ଦିନ ଧରି ଏନକ୍ଲୋଜରରେ ବନ୍ଦୀ ରହିବା ଫଳରେ ସୁନ୍ଦରୀର ହିଂସ୍ରପଣ ଓ ଶିକାର କରିବା ଦକ୍ଷତା ମଧ୍ୟ ପ୍ରଭାବିତ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.