THE BYAPINI

ଦିଦିଙ୍କ ହାତରୁ ଖସୁଛି ନନ୍ଦିଗ୍ରାମ ଆସନ!

Get real time updates directly on you device, subscribe now.

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି । ପ୍ରଥମେ ବିଜେପି ଓ ଟିଏମସି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । କିନ୍ତୁ ପରେ ଟ୍ରେଣ୍ଡରେ ପରିବର୍ତ୍ତନ ହୋଇଥିଲା । ନୂଆ ଟ୍ରେଣ୍ଡ ଅନୁସାରେ ଟିଏମସି ବିଜେପିଠୁ ଢେର୍ ଅଧିକ ଆସନରେ ଆଗୁଆ ରହିଛି । ସଂଖ୍ୟା ଗରିଷ୍ଠତା ସୀମା ଟପି ସମ୍ପ୍ରତି ‘ଟିଏମ୍‌ସି’ ‘ବିଜେପି’ ଠାରୁ ଆଗୁଆ ରହିଛି। ହେଲେ ନନ୍ଦିଗ୍ରାମ ଟ୍ରେଣ୍ଡ୍ ଅଲଗା ରହିଛି । ଏଠାରେ ଦିଦି ବହୁ ପଛରେ ଅଛନ୍ତି ।

ପଶ୍ଚିମବଙ୍ଗରେ ବିଜେପିଠାରୁ ବହୁ ଆଗରେ ରହିଛି ଟିଏମସି । ହେଲେ ଏଠାକାର ବହୁ ଚର୍ଚ୍ଚିତ ଆସନ ନନ୍ଦିଗ୍ରାମରେ କିନ୍ତୁ ପଛରେ ରହିଛି ଟିଏମସି । ଯେଉଁଠି ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ବହୁ ଭୋଟ୍‌ରେ ପଛୁଆ ରହିଛନ୍ତି ମମତା । ଏହି ଆସନରେ ମମତାଙ୍କୁ ଜୋରଦାର ଟକ୍କର ଦେଉଛନ୍ତି ବିଜେପିର ଶୁଭେନ୍ଦୁ ଅଧିକାରୀ । ନନ୍ଦିଗ୍ରାମକୁ ଶୁଭେନ୍ଦୁ ଅଧିକାରୀଙ୍କ ଗଡ ବୋଲି କୁହାଯାଏ । ହୁଏତ ସେଥିପାଇଁ ଏଠାରେ ଶୁଭେନ୍ଦୁ ଙ୍କୁ ଟକ୍କର ଦେବା ମମତାଙ୍କ ପାଇଂ କାଠିକର ପାଠ ହେଉଛି । ଗତବର୍ଷ ଡିସେମ୍ବର ମାସରେ ଶୁଭେନ୍ଦୁ ଅଧିକାରୀ ଦଳ ଛାଡ଼ି ବିଜେପିରେ ମିଶିଥିଲେ। ବିଜେପିରେ ମିଶିବା ପରେ ସେ ଟିଏମସି ଓ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ପ୍ରଚାର କରିଥିଲେ। ଯଦି ନନ୍ଦିଗ୍ରାମ ଆସନରେ ଶୁଭେନ୍ଦୁ ୫୦ ହଜାର ଭୋଟ ବ୍ୟବଧାନରେ ଦିଦିଙ୍କୁ ନ ହରାଇବେ, ତା’ହେଲେ ସେ ରାଜନୀତି ଛାଡ଼ିଦେବେ ବୋଲି ମଧ୍ୟ କହିଥିଲେ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ୟ ଥର ନିମନ୍ତେ କ୍ଷମତାରେ ରହିବାକୁ ଉଦ୍ୟମ କରିଥିବା ବେଳେ ବିଜେପି ଏପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିନାହିଁ। ତେବେ ଟିଏମସି ପୁଣି ପଶ୍ଚିମବଙ୍ଗରେ ସରକାର ଗଢିପାରେ । ହେଲେ ସେପଟେ ମମତା ବାନାର୍ଜୀ ନନ୍ଦିଗ୍ରାମରେ ନିଜ ଗଡ ବଞ୍ଚାଇବାକୁ କେତେ ସଫଳ ହେଉଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Get real time updates directly on you device, subscribe now.

Leave A Reply

Your email address will not be published.