THE BYAPINI

ଆଜି ଆଲୋକର ପର୍ବ ଦୀପାବଳି

Get real time updates directly on you device, subscribe now.

ଆଜି ଆଲୋକର ପର୍ବ ଦୀପାବଳି । ସବୁଜ ବାଣ ଫୁଟାଇବାକୁ ଅନୁମତି ମିଳିଥିଲେ ବି ବଜାରରେ ବାଣର ଅଭାବ ଦେଖାଦେଇଛି । ରାଜ୍ୟର ପ୍ରାୟ ଅଧିକାଂଶ ବଡ ବାଣ ବଜାର ବନ୍ଦ ରହିଛି ।
ଦୀପର ଦର ବି ଅଧିକ ରହିଛି । ଦୀପ ୫ଟଙ୍କାରୁ ଶହେ ଟଙ୍କା ପର୍ୟ୍ୟନ୍ତ ବିକ୍ରି ହେଉଛି । ସେହିପରି ଦୀପ ଜାଳିବା ପାଇଁ ବିକ୍ରି ହେଉଥିବା ତେଲ ଦର ବି ବଢ଼ିଛି । ଦୀପାବଳି ପାଇଁ ଗ୍ରାହକ ଏବେ ଚଢ଼ା ଦରରେ ଘିଅ ଓ ତେଲ କିଣିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ପାରମ୍ପରିକ ବାଣ ଓ ରାସାୟନିକ ବାଣ ଫୁଟାଇବା ଓ ବିକ୍ରି ଉପରେ କଟକଣା ଯୋଗୁଁ ଦୀପାବଳିରେ ଦୀପ ଓ ଲାଇଟର ଚାହିଦା ବଢ଼ିଛି ।
ଦୀପାବଳିରେ କେବଳ ପ୍ରଦୂଷଣ କରୁନଥିବା ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଏହି ବାଣ ସାଧାରଣ ବାଣ ପରି କ୍ଷତିକାରକ ନୁହେଁ । ସବୁଜ ବାଣରେ ପ୍ରଦୂଷଣ ଉପାଦାନ ବହୁତ କମ୍ ମିଶିଥାଏ । ବାଣ ଫୁଟିବା ସମୟରେ ଧୂଆଁ ସହ ଜଳୀୟବାଷ୍ପ ବାହାରିଥାଏ । ଏହା ଧୂଳିକଣାକୁ ଉପରକୁ ଉଠିବାକୁ ଦିଏ ନାହିଁ । ସାଧାରଣ ବାଣ ଫୁଟିବା ସମୟରେ ପ୍ରାୟ ୧୬୦ ଡେସିବିଲ୍ ଶବ୍ଦ ହୋଇଥାଏ । ସବୁଜ ବାଣ ମାତ୍ର ୧୧୦ରୁ ୧୨୫ ଡେସିବିଲ ଶବ୍ଦ କରିଥାଏ ।

Get real time updates directly on you device, subscribe now.

Leave A Reply

Your email address will not be published.