THE BYAPINI

ଆଜି ରାଜଧାନୀ ଭୁବନେଶ୍ୱରର ୭୪ ତମ ପ୍ରତିଷ୍ଠା ଦିବସ

Get real time updates directly on you device, subscribe now.

ଆଜି ରାଜଧାନୀ ଭୁବନେଶ୍ୱରର ୭୪ ତମ ପ୍ରତିଷ୍ଠା ଦିବସ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ତେବେ ତିନି ଦିନ ଧରି ପ୍ରତିଷ୍ଠା ଦିବସ ପାଳନ କରାଯିବ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି, ସୂଚନା ଓ ଲୋକସଂପର୍କ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ବିଏମସି ପକ୍ଷରୁ ମିଳିତ ଭାବେ ପାଳନ କରାଯିବ । ମୁଖ୍ୟ ଅତିଥି ଭାବେ ଯୋଗଦେବେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର । ଏଥିପାଇଁ ଲୋୟର ପିଏମଜିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜଧାନୀର ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରେଡ୍ ଅନୁଷ୍ଠିତ ହେବ ।
ଭୁବନେଶ୍ୱର ୩୦୦୦ ବର୍ଷ ଆଗରୁ ମହାମେଘ ବାହନ ଚେଦି ବଂଶଦ୍ୱାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା । ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ । ଦେଶ ସ୍ୱାଧୀନ ହେବାର ପରବର୍ଷ, ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିଲା । ଆଧୁନିକ ସହରର ଶୈଳୀ ଜର୍ମାନୀର ଓଟୋ କୋନିସବର୍ଗରଙ୍କଦ୍ୱାରା ନିର୍ମିତ । ସେ ଜାମସେଦପୁର ଓ ଚଣ୍ଡୀଗଡ଼ ସହରର ନିର୍ମାଣ ଶୈଳୀ ମଧ୍ୟ କରିଥିଲେ ।
ଏଭିତରେ ୭ ଦଶନ୍ଧି ବିତିଗଲାଣି । ରାଜଧାନୀର କଳେବର ବଢ଼ିଛି । ଲୋକସଂଖ୍ୟା ବଢ଼ିବା ସହ ବିକାଶ ଆଗେଇଛି । ଅନେକ ପ୍ରକଳ୍ପ ବାସ୍ତବ ରୂପ ନେଇଛି । ଆଇଆଇଟି, ନାଇଜର ସହ ଶିକ୍ଷା ଭିତ୍ତିଭୂମି ବହୁତ ଆଗକୁ ବଢ଼ିଛି । ବିଶ୍ବ ସ୍ତରୀୟ କ୍ରୀଡ଼ା ଆୟୋଜନ କରି ପ୍ରଶଂସା ସାଉଁଟିଛି ଭୁବନେଶ୍ବର । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ରାଜଧାନୀ । ତଥାପି ବିକାଶ କ୍ଷେତ୍ରରେ ଅନେକ ବାଟ ଯିବାକୁ ଅଛି । ଆହୁରି ଅନେକ ଆହ୍ବାନ ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.