THE BYAPINI

ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା

Get real time updates directly on you device, subscribe now.

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ପରମ୍ପରା ଅନୁଯାୟୀ ରଥଖଳାରେ ତିନି ରଥର ଚକ ଓ ଅଖ ଡେରା ନୀତି ଅନୁଷ୍ଠିତ ହେବ । ତିନି ରଥର ମୋଟ ୪୨ଟି ଚକରୁ ବର୍ତ୍ତମାନ ସୁଦ୍ଧା ୨୦ରୁ ଊର୍ଦ୍ଧ୍ୱ ଚକ ନିର୍ମାଣ କାମ ସରିଛି । ବାକି ଚକ ଗୁଡିକର ନିର୍ମାଣ କାର୍ୟ୍ୟ ଜାରି ରହିଛି। ଭଉଁରୀ ଅବସରରେ ଶ୍ରୀମନ୍ଦିରରେ ସକାଳ ଧୂପ ପରେ ପୂଜାପଣ୍ତା ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ରଥଖଳାରେ ପହଚିଂଥାନ୍ତି । ସେଠାରେ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳକୁ ପ୍ରଦାନ କରିଥାନ୍ତି ମହାରଣା ସେବକମାନେ । ଏହା ପାଇବା ପରେ ନିର୍ମାଣାଧିନ ତିନି ରଥର ତିନିଟି ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରିଥାନ୍ତି ।ମହାପ୍ରଭୁଙ୍କର ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନରେ ଭଉଁରୀ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ପ୍ରଥମେ ଚକଡେରା ନୀତି ହେବ । ତାଳଧ୍ୱଜ, ତାପରେ ନନ୍ଦିଘୋଷ ଏବଂ ଶେଷରେ ଦର୍ପଦଳନ ରଥରେ ଅଖଚକ ସଂଯୋଗ ନୀତି କରାଯିବ । ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ରଥଖଳା ଓ ନରେନ୍ଦ୍ର ପୋଖରୀ ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଭଉଁରୀ ଓ ଦେବସ୍ନାନ ପୂର୍ଣ୍ଣମାକୁ ନେଇ ଜଗନ୍ନାଥ ମନ୍ଦିର ପ୍ରଶାସନ ତତ୍ପର ହୋଇଛି । ଚନ୍ଦନ ଯାତ୍ରାଠାରୁ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ବ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ୧୪୪ ଧାରା ଜାରି ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.