THE BYAPINI

ଆଉ ୫ ଦିନ ଟାଣ ଖରା

Get real time updates directly on you device, subscribe now.

ଅସହ୍ୟ ଗ୍ରୀଷ୍ମପ୍ରବାହରେ କଲବଲ ରାଜ୍ୟବାସୀ । ପ୍ରଚଣ୍ଡ ଖରା ଯୋଗୁଁ ଦିନ ବେଳା ମଧ୍ୟ ଘରୁ ବାହାରିବାକୁ ଭୟ ଲାଗୁଛି । ଆହୁରି ୫ ଦିନ ଏହି ତାତି ରହିପାରେ । ଏନେଇ ୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର, ଅନୁଗୁଳ ଓ ବଲାଙ୍ଗୀର ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ ।

ଗତକାଲି ସବୁଠୁ ଉତ୍ତପ୍ତ ସହର ହୋଇଥିଲା ବୌଦ୍ଧ ଜିଲ୍ଲା । ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୪ ଦଶମିକ ୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ଝାରସୁଗୁଡାରେ ୪୩ ଦଶମିକ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ୯ଟି ସ୍ଥାନର ତାପମାତ୍ରା ୪୩ ଡିଗ୍ରୀ ପାର କରିଥିଲା । ସେହିପରି ୪୨ ଡିଗ୍ରୀ ଉପରେ ୧୪ ସହର ରହିଥିବା ବେଳେ ୪୦ ଡିଗ୍ରୀ ଉପରେ ୨୨ଟି ସହରର ତାପମାତ୍ରା ରେକର୍ଡ କରାଯାଇଥିଲା । ଏପଟେ ଗତକାଲି ରାଜଧାନୀର ତାପମାତ୍ରା ସାମାନ୍ୟ କମ୍ ରହିଥିଲା । ବର୍ତ୍ତମାନ ଉପକୂଳ ଓଡ଼ିଶାରୁ ଦକ୍ଷିଣା ପବନ ବହିବା ଆରମ୍ଭ କରିଛି । ଫଳରେ ଉପକୂଳରେ ତାପମାତ୍ରା ଧୀରେ ଧୀରେ କମିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.