THE BYAPINI

ସୁନା ଆଣିଲେ ଓଡ଼ିଆ ପୁଅ..ମୁଖ୍ୟମନ୍ତ୍ରୀ କହିଲେ ରାଜ୍ୟ ପାଇଁ ସ୍ୱର୍ଣ୍ଣିମ ମୂହୁର୍ତ୍ତ

Get real time updates directly on you device, subscribe now.

ଟୋକିଓ ପାରାଲିମ୍ପିକ୍ସରେ ସାରା ଦେଶର ପାଇଁ ଗୌରବ ଆଣିଲେ ଓଡିଆ ପୁଅ ପ୍ରମୋଦ ଭଗତ । ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ । ଫାଇନାଲରେ ବ୍ରିଟେନର ଡାନିଏଲ ବେଥେଲଙ୍କୁ ୨୧-୧୪, ୨୧-୧୭ରେ ହରାଇ ପ୍ରମୋଦ ପଦକ ହାତେଇଛନ୍ତି । ଏଥିସହ ଟୋକିଓ ପାରା ଅଲମ୍ପିକ୍ସରେ ଭାରତକୁ ଚତୁର୍ଥ ସ୍ୱର୍ଣ୍ଣ ପଦକ ମିଳିଛି । ଭାରତର ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।
ଫାଇନାଲ ମ୍ୟାଚର ପ୍ରଥମ ସେଟରେ ୨୧-୧୪ରେ ବିଜୟୀ ହୋଇଥିଲେ । ସେହିପରି ଦ୍ୱିତୀୟ ସେଟରେ ୨୧-୧୭ରେ ଜିତି ସଫଳତା ଆଣିଛନ୍ତି । ସେମିଫାଇନାଲରେ ଜାପାନର ଫୁଜିହାରାଙ୍କୁ ହରାଇ ସିଙ୍ଗଲସ ଏସଏଲ-୩ ଫାଇନାଲରେ ପ୍ରବେଶ କରିଛନ୍ତି ଭଗତ । ଜାପାନର ଡାଇସୁକି ଫୁଜିହାରାଙ୍କୁ ୨୧-୧୧, ୨୧-୧୬ସେଟରେ ହରାଇଛନ୍ତି ଭଗତ ।
ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଚା । ପ୍ରମୋଦଙ୍କ ସଫଳତା ଓଡିଶା ପାଇଁ ଏକ ସ୍ୱର୍ଣ୍ଣିମ ମୁହୂର୍ତ୍ତ । ପ୍ରମୋଦଙ୍କ ସଫଳତା ସାରା ଦେଶକୁ ଗୌରବାନ୍ୱିତ କରିଛି । ଆଗାମୀ ଦିନରେ ପ୍ରମୋଦଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.

Leave A Reply

Your email address will not be published.