THE BYAPINI

ମେ’ ୨୪ ଯାଏଁ ସଂପୂର୍ଣ୍ଣ ଲକଡାଉନ

Get real time updates directly on you device, subscribe now.

ତାମିଲନାଡୁରେ ଲାଗୁ ହେଲା ଲକଡାଉନ୍ । କରୋନା ସଂକ୍ରମଣକୁ ନଜରରେ ରଖି ତାମିଲନାଡୁ ସରକାର ମେ ୧୦ ତାରିଖରୁ ଦୁଇ ସପ୍ତାହ ନିମନ୍ତେ ରାଜ୍ୟରେ ‘ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌’ ଘୋଷଣା କରିଛନ୍ତି। ୧୪ ଦିନ ଯାଏଁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଶୁକ୍ରବାର ଏମକେ ଷ୍ଟାଲିନ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲା । ମୁଖ୍ୟମନ୍ତ୍ରୀ ହେବା ପରେ ସେ ଏହି କଠୋର ନିଷ୍ପତ୍ତି ନେଇଛନ୍ତି ।

ଲକଡାଉନ୍ ଦ୍ୱାରା ସଂକ୍ରମଣର ଚେନ୍‌ରେ ବ୍ରେକ୍ ଲାଗିବ । ଏହାସହ ଭାଇରସକୁ ନିୟନ୍ତ୍ରଣରେ ଆଣିହେବ ବୋଲି ସରକାର ବିଚାର କରିଛନ୍ତି । ମେ ୧୦ରୁ ମେ ୨୪ ଯାଏଁ ଲକଡାଉନ୍ କଟକଣା ବଳବତ୍ତର ରହିବ । ଲକଡାଉନ୍ ସମୟରେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକ ହଇରାଣ ନ ହୁଅନ୍ତି, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ତେଜରାତି, ପନିପରିବା, ଫଳ, ମାଛ, ମାଂସ ଆଦି ଦୋକାନ ଖୋଲା ରହିବ। ଲକଡାଉନ୍ରେ ସ୍ବାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ, ପରିମଳ ସେବା, ଟେଲିଫୋନ୍ ଓ ଇଣ୍ଟରନେଟ୍ ସେବା, ଡିଟିଏଚ୍ ସେବା, ଗ୍ୟାସ୍ ବିତରଣ ଓ ପେଟ୍ରୋଲ ପମ୍ପ ଆଦି ସ୍ବାଭାବିକ ଭାବେ ଚାଲୁ ରହିବ। ବ୍ୟାଙ୍କ ଓ ଏଟିଏମ୍ ସେବା ମଧ୍ୟ ପ୍ରଭାବିତ ହେବ ନାହିଁ। ସ୍ବାସ୍ଥ୍ୟ ସେବା ସଂକ୍ରାନ୍ତୀୟ ସମସ୍ତ କାରବାର ବିନା ବାଧାରେ ଚାଲିବ।

ଏକ ବିବୃତିରେ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ କହିଛନ୍ତି ଯେ, ‘ଅନିର୍ବାର୍ୟ୍ୟ କାରଣବଶତଃ’ ଏହି ‘ଲକ୍‌ଡାଉନ୍‌’ ଜାରି କରାଯାଇଛି। ମେ ୧୦ ତାରିଖ ପାହାନ୍ତ ୪ଟାରୁ ମେ ୨୪ ତାରିଖ ପାହାନ୍ତା ୪ଟା ପର୍ୟ୍ୟନ୍ତା‌ ରାଜ୍ୟରେ ‘ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌’ ବଳବତ୍ତର ରହିବ। ରାଜ୍ୟରେ ଗତକାଲି ରେକର୍ଡସଂଖ୍ୟକ ୨୬୦୦୦ ନୂତନ ସଂକ୍ରମଣ ଚିହ୍ନଟ ହେବାର ଦିନକ ପରେ ସରକାର ‘ଲକ୍‌ଡାଉନ୍‌’ ପାଇଁ ଆଦେଶ ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.