THE BYAPINI

ମୟୁରଭଂଜ: ୫ ମିନିଟରେ ଦୁଇ ଥର ଟିକା

Get real time updates directly on you device, subscribe now.

କରୋନା ସଂକ୍ରମଣକୁ ମାତ୍ ଦେବା ପାଇଁ ଟିକାକରଣକୁ ଜୋରଦାର କରାଯାଉଥିବାବଳେ ବାରିପଦାରେ ଅଜବ ଘଟଣା ଦେଖିବାକୁ ମିଳିଛି । ୫ ମିିନିଟରେ ଜଣେ ବ୍ୟକ୍ତିଙ୍କୁ ଦିଆଯାଇଛି ଡବଲ ଡୋଜ । ଟିକାକରଣ କେନ୍ଦ୍ରରେ ଥିବା କର୍ମଚାରୀଙ୍କ ଦାୟିତ୍ୱରେ ଅବହେଳା ପାଇଁ ୫ ମିନିଟ୍ ବ୍ୟବଧାନରେ ଦୁଇ ଥର ଟିକା ଫୋଡ଼ିଦେଲେ। ତେବେ ଟିକା ନେଇଥିବା ବ୍ୟକ୍ତି ଜଣକ ଏବେ ସୁସ୍ଥ ଅଛନ୍ତି ।

ବାରଣ ସତ୍ତ୍ବେ ୫ ମିନିଟ୍ ବ୍ୟବଧାନରେ ଦୁଇ ଥର ଟିକା ଫୋଡ଼ିଦେଲେ। ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ରଘୁପୁର ପଞ୍ଚାୟତ ଖୁଣ୍ଟାପୁରସ୍ଥିତ ସତ୍ୟସାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ । ଖୁଣ୍ଟାପୁରସ୍ଥିତ ସତ୍ୟସାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶନିବାର ଏକ ଅସ୍ଥାୟୀ ଟିକାକରଣ କ୍ୟାମ୍ପ୍ ହୋଇଥିଲା। ବାଛୁରୀପଡ଼ା ଗ୍ରାମର ପ୍ରସନ୍ନ କୁମାର ସାହୁ ଟିକା ନେବାକୁ ଆସିଥିଲେ । ଏହି କେନ୍ଦ୍ରକୁ କୋଭିସିଲଡ୍ର ମୋଟ ୧୮୦ ଡୋଜ୍ ଟିକା ଆସିଥିବାବେଳେ ଲଗାଣ ବର୍ଷା ଯୋଗୁ ୧୬୪ ଜଣ ଲୋକ ଟିକା ନେବାକୁ ପହଞ୍ଚିଥିଲେ। ତେବେ ପ୍ରସନ୍ନ କୁମାର ସାହୁ ଆଧାର କାର୍ଡ ଦେଖାଇ ନାମ ପଞ୍ଜୀକରଣ କରିବା ପରେ ନର୍ସ ତାଙ୍କୁ ପ୍ରଥମ ଡୋଜ୍ ଟିକା ଦେଇଥିଲେ । ଟିକା ନେବା ପରେ ଅଧଘଣ୍ଟା ପାଇଁ କେନ୍ଦ୍ରରେ ବିଶ୍ରାମ ନେବାକୁ କହିଥିଲେ। ପ୍ରସନ୍ନ ସାହୁ ସେହି ଚୌକିରେ କିଛି ସମୟ ବସି ରହିଥିବା ବେଳେ ସେହି ନର୍ସଜଣକ ପୁଣି ଆଉ ଗୋଟିଏ ଡୋଜ୍ ତାଙ୍କୁ ଦେଇଥିଲେ। ତେବେ ପ୍ରସନ୍ନ ବାରଣ କରିବା ମଧ୍ୟରେ ଦ୍ୱିତୀୟ ଡୋଜ ଟିକା ଦେଇସାରିଥିଲେ ନର୍ସ । ଏହା ପରେ ଟିକାକରଣ କେନ୍ଦ୍ରରେ ଥିବା କର୍ମଚାରୀମାନେ ତାଙ୍କୁ କେନ୍ଦ୍ରରେ ୨ ଘଣ୍ଟା ବିଶ୍ରାମ ନେବାକୁ କହିବା ସହ ପରେ ୪ଟି ଓଆର୍ଏସ୍ ପ୍ୟାକେଟ୍ ଦେଇ ଘରକୁ ପଠାଇ ଦେଇଥିଲେ। ଦୁଇଥର ଟିକା ନେବା ପରେ ପ୍ରସନ୍ନ ସାହୁ ଭୟଭୀତ ହୋଇପଡିଛନ୍ତି। ତେବେ ଏଯାଏ ପ୍ରସନ୍ନ ସାହୁ ସୁସ୍ଥ ଅଛନ୍ତି । ତେବେ କର୍ମଚାରୀମାନେ ବହୁତ ସମୟ ଧରି ଛିଡ଼ା ହୋଇ ଟିକା ପ୍ରଦାନ କରିଥିବାରୁ ଥକି ପଡ଼ିଥିଲେ ଓ ବ୍ୟସ୍ତତା ଭିତରେ ଏହି ଭୁଲ୍ କରି ଦେଇଥିବା ଟିକାକରଣ କେନ୍ଦ୍ରର ସୁପରଭାଇଜର ରାଜେନ୍ଦ୍ର ବେହେରା କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.