ଫେରିଲା କଟକଣା..ଜାଣନ୍ତୁ ଓଡିଶାର କେଉଁଠି ହେଲା କଂଟେନମେଂଟ ଜୋନ?
ରାଜ୍ୟରେ ମହାମାରୀ କରୋନା କମବ୍ୟାକ ପରେ ପୁଣି ଫେରିଛି ଭୟ । ସ୍ଥିତି କଂଟେନମେଂଟ ଜୋନ ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯିବା ପରେ ଫେରିଛି କଟକଣା । କରୋନାକୁ ନିୟନ୍ତ୍ରଣ କରିବା ପାଇଁ ପୁଣି ଥରେ ଆରମ୍ଭ ହେଲା କଣ୍ଟେନମେଣ୍ଟ ଜୋନ୍ ।
କଳାହାଣ୍ଡି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ବୃନ୍ଦାବାହାଳ ପଞ୍ଚାୟତ ଲିମସେର ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ୮ ତାରିଖ ମଧ୍ୟରାତ୍ରୀ ଯାଏ କଂଟେନମେଂଟ ଜୋନ ଘୋଷଣା କରିଛନ୍ତି ସରପଂଚ । ଲିମସେର ଗାଁର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ବିଭାଗ ସୂଚନା ଆଧାରରେ ସମ୍ପୃକ୍ତ ଗାଁକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ସରପଞ୍ଚ। ସେହିପରି ଫୁଲବାଣୀ ପୌରାଞ୍ଚଳର ୨ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ୫ ନମ୍ବର ୱାର୍ଡରେ ଜଣଙ୍କ ଘରୁ ପଜିିଟିଭ ଚିହ୍ନଟ ହୋଇଥିବା ସୂଚନା ।ସେହିପରି ଡାକପାଲାର ସ୍କୁଲ ସାହିରୁ ୮ ପଜିଟିଭ ଚିହ୍ନଟ ପରେ ଜିଲ୍ଲାପାଳ କଂଟେନମେଂଟ ଜୋନ ଘୋଷଣା କରିଛନ୍ତି ।ଫଳରେ ଏହି ଅଞ୍ଚଳବାସୀଙ୍କ ବାହାରକୁ ଯାତାୟତ ଉପରେ କଟକଣା ଲାଗୁ କରାଯାଇଛି।
ଆଜି କଳାହାଣ୍ଡିରୁ ୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ କଟକଣା ପୁଣି ଲାଗୁ କରାଯାଇଛି । ସଂକ୍ରମଣ ଯେପରି ନବ୍ୟାପେ ସେନେଇ ପଦକ୍ଷେପ ନିଆଯାଉଛି ।