ଆନନ୍ଦ ବଜାରରେ ହାତାହାତି
ମହାମାରୀ ପାଇଁ ଶ୍ରୀମନ୍ଦିରରେ ଏବେ ସାଧାରଣ ଦର୍ଶନ ବନ୍ଦ ଥିବା ବେଳେ ଜଗା ଦୁଆରେ ଘଟିଛି ଅଭାବନୀୟ ଘଟଣା । ସେବାୟତ ସେବାୟତଙ୍କ ମଧ୍ୟରେ ହାତାହାତି । ଜଣେ ସେବାୟତଙ୍କ ଆକ୍ରମଣରେ ଆଉ ଜଣେ ସେବାୟତ ଆହତ ହୋଇଛନ୍ତି । ଆହତ ସେବାୟତ ହରେକୃଷ୍ଣ ସୁଆରଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।
ସେବାୟତ ବୁଲୁ ପଣ୍ତାଙ୍କ ଆକ୍ରମଣରେ ସେବାୟତ ହରେକୃଷ୍ଣ ସୁଆର ଆହତ ହୋଇଥିବା ଅଭିଯୋଗ କରିଛନ୍ତି । ସେବାୟତଙ୍କ ମଧ୍ୟରେ କାହିଁକି ହାତାହାତି ଘଟିଛି ତାର କାରଣ ଜଣାପଡିନାହି ଁ । ଘଟଣା ନେଇ ସିଂହଦ୍ବାର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି। ଘଟଣାର ତଦନ୍ତ ପରେ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି ଡ. କେ.ଵିଶାଲ ସିଂ ସୂଚନା ଦେଇଛନ୍ତି।
ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ଘଟଣା ଘଟିଥିବା ଦେଖିବାକୁ ମିିଳିଛି । ଗତମାସ ୧୮ ତାରିଖରେ ମଧ୍ୟ ଶ୍ରୀମନ୍ଦିରରେ ଦୁଇଜଣ ଜେଟିପିଙ୍କ ମଧ୍ୟରେ ମାରପିଟ ହୋଇଥିଲେ । ଘଟଣାର ତଦନ୍ତ ପରେ ଜେଟିପି ଗଙ୍ଗାଧର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଥିଲା।