THE BYAPINI

ଧୋନୀଙ୍କ ଟିମରେ ଓଡିଆ ପୁଅ, ଶୁଭ୍ରାଂଶୁଙ୍କୁ ୨୦ ଲକ୍ଷରେ କିଣିଲା ଚେନ୍ନାଇ

Get real time updates directly on you device, subscribe now.

ଆଇପିଏଲ୍ ନିଲାମରେ ବିକ୍ରି ହୋଇଛନ୍ତି ଓଡିଆ ପୁଅ । ଆଇପିଏଲରେ ଶୁଭ୍ରାଂଶୁ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ଅର୍ଥାତ୍ ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଖେଳିବେ। ଆଜି ଆଇପିଏଲ୍ ନିଲାମର ଦ୍ୱିତୀୟ ଦିନରେ ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁପର୍ କିଙ୍ଗସ୍ ୨୦ ଲକ୍ଷ ଟଙ୍କାରେ କିଣିଛି।
ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିଲେ ଶୁଭ୍ରାଂଶୁ ସେନାପତି । ଏବେ ସେ ଓଡିଶା ରଣଜୀ ଟିମର ଅଧିନାୟକ ମଧ୍ୟ ରହିଛନ୍ତି । ଶୁଭ୍ରାଂଶୁ ତୃତୀୟ ଓଡ଼ିଆ କ୍ରିକେଟର୍ ଭାବେ ଆଇପିଏଲରେ ଖେଳିବେ। ତାଙ୍କ ପୂର୍ବରୁ ବିପ୍ଳବ ସାମନ୍ତରାୟ ଓ ହଳଧର ଦାସ ଆଇପିଏଲ୍ ଖେଳିଥିଲେ। ଆଇପିଏଲ୍ ନିଲାମ ପାଇଁ ଶୁଭ୍ରାଂଶୁଙ୍କୁ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ଥିଲା। ନିଲାମରେ ଯେତେବେଳେ ଶୁଭ୍ରାଂଶୁଙ୍କ ନାଁ ଡକାଗଲା, ଚେନ୍ନାଇ ଫ୍ରାଞ୍ଚାଇଜି ତାଙ୍କୁ ନେବା ପାଇଁ ଆସିଥିଲା। ଚେନ୍ନାଇ ମଧ୍ୟ ୨୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସରେ ଶୁଭ୍ରାଂଶୁଙ୍କୁ କିଣି ନେଇଛି।
ଏହା ପୂର୍ବରୁ ଓଡ଼ିଶାର ୫ ଜଣ ଖେଳାଳିଙ୍କ ନାଁ ଆଇପିଏଲ୍ ଅକ୍ସନ୍ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପଠାଇଥିଲା। କିନ୍ତୁ ସେଥିମଧ୍ୟରୁ ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତିଙ୍କ ନାଁ ତାଲିକାରୁ ବାଦ୍ ପଡ଼ିଥିଲା। ତେବେ ଓସିଏ ଶୁଭ୍ରାଂଶୁ ଓ ଅଭିଷେକଙ୍କ ନାଁ ଆଇପିଏଲ୍ ନିଲାମ ପାଇଁ ପଠାଇଥିଲା। ଦୁହେଁ ନିକଟରେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିଲେ। ଆଉ ଏହି ପ୍ରଦର୍ଶନ ଆଧାରରେ ଦୁହିଁଙ୍କୁ ନିଲାମରେ ସାମିଲ୍ କରାଯାଇଛି। ଏବେ ଶୁଭ୍ରାଂଶୁ ନିଲାମ ହୋଇଥିବା ବେଳେ ଅଭିଷେକଙ୍କ ଭାଗ୍ୟ ଫିଟୁଛି କି ନାହିଁ, ତାହା ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ।

Get real time updates directly on you device, subscribe now.

Leave A Reply

Your email address will not be published.