THE BYAPINI

ରାଜ୍ୟରେ ଫେରିଲା କଟକଣା

Get real time updates directly on you device, subscribe now.

ରାଜ୍ୟରେ ପୁଣି ଫେରିବ କି ପୂର୍ବ ସ୍ଥିତି । କାରଣ ଦୁଇ ଅଙ୍କର ତିନି ଅଙ୍କ ଛୁଇଁଛି କରୋନା ସଂକ୍ରମଣ । ରାଜ୍ୟରେ କରୋନା ସଂକ୍ରମଣ ଶତକ ପାର କରିବା ପରେ ପୁଣି ଫେରିଛି କଟକଣା । ସରକାରୀ ଅଫିସରେ କଟକଣା ପାଳିବାକୁ ମନେ ପକାଇଦେଇଛି ସାଧାରଣ ପ୍ରଶାସନ ବିଭାଗ । ଗତ ଜୁନ୍ ମାସରେ ଲାଗୁ ହୋଇଥିବା କଟକଣା ପୁନଃ ଲାଗୁ ନିର୍ଦ୍ଦେଶ ହୋଇଛି ।

ଅଫିସ ପରିସରରେ ସବୁ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଅଫିସ୍‌ରେ କର୍ମଚାରୀଙ୍କ ମଧ୍ୟରେ ଦୁଇ ମିଟର ଦୂରତା ଜରୁରୀ। ସେହିପରି, ଅଫିସ୍ ଭିତରେ କର୍ମଚାରୀମାନେ ନିୟମିତ ୨୦ ସେକେଣ୍ଡ ହାତ ଧୋଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଅଫିସିଆଲ୍ ମିଟିଂ ପାଇଁ ଭିଡିଓ କନଫରେନ୍ସିଂକୁ ଗୁରୁତ୍ୱ ଦେବାକୁ କୁହାଯାଇଛି। କରିଡର୍ ଭିତରେ ଅନାବଶ୍ୟକ ଗହଳି କରିବାକୁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି ସାଧାରଣ ପ୍ରଶାସନ ବିଭାଗ । ରାଜ୍ୟରେ ଧିରେ ଧିରେ ବଢୁଥିବା ସଂକ୍ରମଣକୁ ନଜରରେ ରଖି ଏଭଳି ନିଷ୍ପତି ନିଆଯାଇଛି ।

କିଛି ଦିନ ହେବ କରୋନା ମାମଲା ପୁଣିଥରେ ବୃଦ୍ଧି ପାଇଛି। ଦେଶରେ ଗତ ୨୪ ଘଣ୍ଟାରେ ୩୯ ହଜାର ୭୨୬ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ର ସର୍ବାଧିକ ମାମଲା ଚିହ୍ନଟ ହୋଇଛି। କେବଳ ମହାରାଷ୍ଟ୍ର ନୁହେଁ, ପଞ୍ଜାବରେ ମଧ୍ୟ କରୋନା ନିୟମ ପୁଣିଥରେ ଲାଗୁ ହୋଇଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Get real time updates directly on you device, subscribe now.

Leave A Reply

Your email address will not be published.