ଅକ୍ସଫୋର୍ଡ ଟିକାକୁ ବ୍ରିଟେନରେ ଗ୍ରୀନ୍ ସିଗନାଲ୍
କରୋନା ଟିକାକୁ ନେଇ ଭଲ ଖବର । ବ୍ରିଟେନରେ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟିକାକୁ ଅନୁମତି ମିଳିଛି । ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକାକୁ ବହୁ ପରୀକ୍ଷାନିରୀକ୍ଷା କରିବା ପରେ କରୋନାର ନୂଆ ଷ୍ଟ୍ରେନର ଭୟ ମଧ୍ୟରେ ଶେଷରେ ବ୍ରିଟେନ ସରକାର ବ୍ୟବହାର ପାଇଁ ଅନୁମୋଦନ କରିଛନ୍ତି। ଖୁବଶୀଘ୍ର ବ୍ରିଟେନରେ ଏହାର ଟିକାକରଣ ଆରମ୍ଭ ହେବ।
ବ୍ରିଟେନରେ ସାଧାରଣଲୋକଙ୍କୁ ଟିକାକରଣ ପାଇଁ ଅନୁମତି ଦେଇଛନ୍ତି ସରକାର । ବ୍ରିଟେନ ସରକାର ଆଷ୍ଟ୍ରଜେନିକାର ୧୦ କୋଟି ଡୋଜ ଟିକା କିଣିବାକୁ ବରାଦ ଦେଇସାରିଛନ୍ତି । ଯାହାକି କି ୫କୋଟି ଲୋକଙ୍କୁ ପର୍ୟ୍ୟାପ୍ତ ହେବ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ବ୍ରିଟେନ୍ରେ ଆଉ ଏକ କରୋନା ଭାକ୍ସିନ୍କୁ ଅନୁମତି ଦିଆଯାଇଛି । କିନ୍ତୁ ଅକ୍ସଫୋର୍ଡ ଟିକାକୁ ଅନୁମତି ଦେବା ଦ୍ୱାରା ଦେଶରେ ଟୀକାକରଣ କାର୍ୟ୍ୟକୁ ଆହୁରୀ ତ୍ୱରାନିତ ହେବ ବୋଲି ଆଶା କରାଯାଉଛି ।
ଟିକାର ବ୍ୟବହାର ପାଇଁ ଆଷ୍ଟ୍ରାଜେନେକା ପକ୍ଷରୁ ବ୍ରିଟିଶ ସରକାରଙ୍କ ନିକଟରେ ଆବେଦନ କରାଯାଇଥିଲା। ଏହାପରେ ଗଐଜଇ ଟ୍ରାଏଲ ବେଳେ ମିଳିଥିବା ତଥ୍ୟକୁ ଗୁଡ଼ିକୁ ସମୀକ୍ଷା କରିଥିଲା। ଶେଷରେ ଗଐଜଇ ଅକ୍ସଫୋର୍ଡ ଟିକା ସୁରକ୍ଷିତ ବୋଲି କହିବା ସହ ଏହାର ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛି।ଗଐଜଇ କହିଛି ଯେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକାର ଦୁଇଟି ଡୋଜ ଜଣେ ବ୍ୟକ୍ତି ନେବେ। ୪ରୁ ୧୨ ସପ୍ତାହ ମଧ୍ୟରେ ଏହି ଦୁଇଟି ଯାକ ଡୋଜ ନେବାକୁ ପଡ଼ିବ। କ୍ଲିନିକାଲ ଟ୍ରାଏଲ ବେଳେ ଜଣାପଡ଼ିଛି ଯେ ଏହି ଟିକା ସୁରକ୍ଷିତ। ବର୍ତମାନ କରୋନାର ନୂଆ ଷ୍ଟ୍ରେନ ବିଶ୍ୱବାସୀଙ୍କ ଚିନ୍ତାକୁ ବଢାଇଦେଇଛି । ଏଥିପାଇଁ ପ୍ରତିଷେଧକ ଟିକା ଉପରେ ସମସ୍ତଙ୍କ ନଜର ରହିଛି ।