ଋଷର ୫ଟି ବିମାନ ଖସାଇଲା ୟୁକ୍ରେନ
ଋଷ ପକ୍ଷରୁ ପ୍ରଥମେ ଆକ୍ରମଣ ପରେ ଏବେ ୟୁକ୍ରେନ ଏହାର ଜବାଦ ଦେବା ଆରମ୍ଭ କରିଛି ।ଋଷର ୫ଟି ଲଢୁଆ ବିମାନକୁ ଆକାଶପଥରେ ଧ୍ୱଂସ କରିଥିବା ଦାବି କଲା ୟୁକ୍ରେନ । ୟୁକ୍ରେନ ଆକାଶରେ ଏବେ ଫାଇଟର ଜେଟ ପଇଁତରା ମାରୁଥିବା ବେଳେ ଋଷର ୫ଟି ଫାଇଟର ବିମାନକୁ ରକେଟ ମାଡ କରି ଆକାଶପଥରେ ହିଁ ଧ୍ୱଂସ କରିଥିବା କହିଛି ୟୁକ୍ରେନ୍ ସେନା । ଲୁହାନସ୍କରେ ଗୋଟିଏ ହେଲିକପ୍ଟରକୁ ଆକାଶପଥରେ ନଷ୍ଟ କରାଯାଇଥିବା ନେଇ ଦାବି କରିଛି ୟୁକ୍ରେନ ସେନା ।
ଋଷ ବିରୋଧରେ ନାଟୋ ଦେଶ ଲଢିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି । ନର୍ଥ ଆଣ୍ଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ ପକ୍ଷରୁ ଋଷ ବିରୋଧରେ ଏହି ଯୁଦ୍ଧଂ ଦେହି ଡାକରା ଦିଆଯାଇଛି । ନାଟୋରେ ଅଛନ୍ତି ଆମେରିକା, ଫ୍ରାନ୍ସ, କାନାଡା, ବିଟ୍ରେନ ସମେତ ୩୦ ଦେଶ । ତେଣୁ ଏହା ଏବେ ଋଷ ପାଇଁ ଅଡୁଆ ସୃଷ୍ଟି କରିଛି । ମୁଖତଃ ନାଟୋରେ ୟୁକ୍ରେନର ସାମିଲ ହେବାକୁ ନେଇ ବିବାବ ଆରମ୍ଭ ହୋଇଥିଲା ।