ଜେଲେନସ୍କିଙ୍କ ଠିକଣା କହିଲେ ପୂର୍ବତନ ୟୁକ୍ରେନ ପ୍ରଧାନମନ୍ତ୍ରୀ..କହିଲେ, ତାଙ୍କର କିଛି କ୍ଷତି ହେବନାହିଁ
ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୦ମ ଦିନରେ ପହଞ୍ଚିଥିଲେ ମଧ୍ୟ ଥମିବାର ନାଁ ଧରୁନି। ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ପୋଲାଣ୍ଡ ଚାଲି ଯାଇଥିବା ରୁଷ ବାରମ୍ବାର ଦାବି କରୁଛି।ହେଲେ ଏହାକୁ ୟୁକ୍ରେନ ସରକାର ଖଣ୍ଡନ କରି ଆସୁଛି। ଏସବୁ ଭିତରେ ୟୁକ୍ରେନର ପୂର୍ବତନ ପ୍ରଧାନମନ୍ତ୍ରୀ ଅଜରୋଭ ବଡ଼ ବୟାନ ଦେଇଛନ୍ତି। ସେ ଜେଲେନସ୍କିଙ୍କ ଠିକଣାର ଖୁଲାସା କରିଛନ୍ତି। ଏଥିସହ ଜେଲେନସ୍କି ରହିଥିବା ସ୍ଥାନରେ ରୁଷର ପରମାଣୁ ଅସ୍ତ୍ର ମଧ୍ୟ କୌଣସି ପ୍ରଭାବ ପକାଇ ପାରିବ ନାହିଁ ବୋଲି ଦମ୍ଭୋକ୍ତି କରିଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଜରୋଭ କହିଛନ୍ତି, ରାଷ୍ଟ୍ରପତି ଜେଲେନସ୍କି ଏବେ ସଂପୂର୍ଣ୍ଣ ସୁରକ୍ଷିତ ଭାବେ କିଭ୍ରେ ହିଁ ଅଛନ୍ତି। କିଭ୍ରେ ଥିବା ଗୋଟିଏ ଅତି ସୁରକ୍ଷିତ ବଙ୍କର ମଧ୍ୟରେ ସେ ରହିଛନ୍ତି। ଏହି ବଙ୍କରଟି ଏତେ ଶକ୍ତିଶାଳୀ ଯେ ପରମାଣୁ ବୋମା ମଧ୍ୟ ଏହାର କୌଣସି ପ୍ରକାରର କ୍ଷତି କରିପାରିବ ନାହିଁ।ରୁଷ ଜାଣିଶୁଣି ଲୋକ ଓ ସେନା ଯବାନଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବାରୁ ଅପ୍ରଚାର କରୁଛି। ଜେଲେନସ୍କି ପୂର୍ବଭଳି ୟୁକ୍ରେନରେ ରହିଛନ୍ତି। ଆଗକୁ ମଧ୍ୟ ସେ ଏହିଠାରେ ରହିବେ ବୋଲି ଅଜରୋଭ କହିଛନ୍ତି।
ଆଜି ବି ୟୁକ୍ରେନର ବିଭିନ୍ନ ସ୍ଥାନରେ ରୁଷ ପକ୍ଷରୁ ଜୋରଦାର ଆକ୍ରମଣ କରାଯାଉଛି । ବିଭିନ୍ନ ସହରକୁ ଟାର୍ଗେଟ୍ କରୁଛନ୍ତି ଋଷ ସେନା । ୟୁକ୍ରେନ୍ ରାଜଧାନୀ କିଭରେ ବହୁ ଭିତରକୁ ଋଷ ସେନା ପ୍ରବେଶ କରି ସାରିଲାଣି । ଋଷ ସେନା ପକ୍ଷରୁ ରାଷ୍ଟ୍ରପତି ଭବନକୁ ଟାର୍ଗେଟ୍ କରାଯାଇଛି । ଟାର୍ଗେଟରେ ଋଷ ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନ ସାମ୍ନାରେ ଋଷ ସେନାର ରକେଟ୍ ମାଡ ହୋଇଛି । ଏନେଇ ଜେଲେନସ୍କି ପ୍ରେସ୍ ସେକ୍ରେଟାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେପଟେ ମାରିୟୁପୋଲ ସହର କବ୍ଜା କରିବା ପାଇଁ ଜୋଦାର ଉଦ୍ୟମ ଚଳାଇଛି ଋଷ । ମାରିୟୁପୋଲ ସହରକୁ ଘେରି ଗଲେଣି ଋଷ ସେନା । ସହରର ବିଭିନ୍ନ ସ୍ଥାନରେ ରୁଷ ସେନା ପକ୍ଷରୁ ଜୋରଦାର ଆକ୍ରମଣ କରାଯାଇଛି ।