ନନାଙ୍କ ଗାଡିକୁ ଟ୍ରାକ୍ଟର ପିଟିଲା
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଏକ ଟ୍ରାକ୍ଟର ଆସି ପିଟିବା ଫଳରେ ପ୍ରତାପ ଷଡଙ୍ଗୀଙ୍ଗ ସମେତ ତାଙ୍କ ଡ୍ରାଇଭର୍ଙ୍କ ଓ ବ୍ୟକ୍ତିଗତ ପିଏ ମଧ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ନୀଳଗିରି ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଛି। ପାଇଲଟ ଗାଡି ନଥିବା ବେଳେ କେସିପୁର ପଂଚାୟତ ବଢ଼େଇପଲା ଗାଁକୁ ଜଣେ ପରିବାରକୁ କେନ୍ଦ୍ରମନ୍ତ୍ରୀ ସହାୟତା ପ୍ରଦାନ ପାଇଁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ସେରଗଡ଼ ଓ ଉଦଳା ରାଜ୍ୟ ରାଜପଥର ପୁଡ଼ାଶୁଳ ଛକ ନିକଟରେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ଟ୍ରାକ୍ଟର ମଲିଆଣି ଆଡୁ ଆସି ହଠାତ କେନ୍ଦ୍ରମନ୍ତ୍ରୀ ବସିଥିବା ଇନୋଭା ଗାଡିକୁ ଧକ୍କା ଦେଇଥିଲା। କେନ୍ଦ୍ରମନ୍ତ୍ରୀଙ୍କୁ ଗାଡିକୁ ଟ୍ରାକ୍ଟରଟି ଭାରସମ୍ୟ ହରାଇ ଆସି ବାଡେଇ ଥିଲା। ଡ୍ରାଇଭର ଯେତେ ଚେଷ୍ଟା କଲେ ମଧ୍ୟ ଟ୍ରାକ୍ଟର ଆସି ବାଡେଇ ଦେଇଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର, ପିଏ , ପିଏସଓଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଆହତ ହୋଇଛନ୍ତି।
କେନ୍ଦ୍ରମନ୍ତ୍ରୀ ନୀଳଗିରି ବଢ଼େଇପଲା ଅଞ୍ଚଳକୁ ଜଣେ କିଡନୀ ରୋଗୀଙ୍କୁ ସହାୟତା ପାଇଁ ଯାଉଥିବା ବେଳେ ପୋଡ଼ାଶୋଳ ନିକଟରେ ଏକ ଟ୍ରାକ୍ଟର ତାଙ୍କ ଗାଡିକୁ ଧକ୍କା ଦେଇଥିଲା । ଏଥିରେ ମନ୍ତ୍ରୀଙ୍କ ଗାଡ଼ିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି । କେନ୍ଦ୍ରମନ୍ତ୍ରୀଙ୍କ ମୁହଁ, ନାକ, ଓ ବାମ ଗୋଡ଼ରେ ଆଘାତ ଲାଗିଛି । ଟ୍ରାକ୍ଟର ଚାଳକକୁ ନୀଳଗିରି ପୁଲିସ ଅଟକ ରଖି ପଚରା ଉଚରା ଚଳାଇଛି ।