THE BYAPINI

ନଦୀ ପଠାରୁ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

କୁଆଖାଇ ନଦୀପଠାରୁ ମୃତଦେହ ଉଦ୍ଧାର । ଭୁବନେଶ୍ୱର ବରିମୁଣ୍ଡ କୁଆଖାଇ ନଦୀ ପଠାରୁ ଜଣେ ଅଜଣା ବ୍ୟକ୍ତିଙ୍କ ଉଦ୍ଧାର ହେଲା ମୃତ ଦେହ । ବାଲି ତଳେ ମୃତଦେହଟା ପୋତାଯାଇଥିଲା । କାଲି ରାତି ସାରା ନଦୀ ପଠାରେ ପୋଲିସ ମୃତଦେହକୁ ଜଗି ରହିଥିବା ବେଳେ ଆଜି ମୃତଦେହ ଉଦ୍ଧାର କରାଯାଇଛି ।

ପୋଷ୍ଟମର୍ଟମ ପାଇଁ ମରଶରୀରକୁ ଏମ୍ସ ପଠାଯିବ ବୋଲି ଡିସିପି କହିଛନ୍ତି । ଚପଲ, ଡ୍ରେସ ଓ ଏଫଏମ୍ଟି ରିପୋର୍ଟକୁ ନେଇ ଆଗେଇବ ତଦନ୍ତ । ଗତକାଲି ବରିମୁଣ୍ଡ ପଞ୍ଚାୟତ ବାଲିଯାତ୍ରା ପଡିଆଠାରେ କିଛି ଲୋକ ମୃତଦେହ ପୋତାହୋଇଥିବା ଦେଖିଥିଲେ । ଏନେଇ ପୁଲିସକୁ ଖବର ଦେଇଥିଲେ । ଏହା ପରେ ପୁଲିସ ଓ ସାଇଟିଂଫିକ ଟିମ ଘଟଣା ସ୍ଥଳରେ ପହଚିଂଥିଲେ । ୪ରୁ ୫ ଦିନ ହେବ କେହି ହତ୍ୟାକରି ମୃତଦେହକୁ ବାଲିରେ ପୋତିଦେଇଥିବା ସନ୍ଦେହ କରାଯାଉଛି । ପୁଲିସ ଥାନାରେ ମିସିଂ କେସ ଆଧାରରେ ମଧ୍ୟ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.