THE BYAPINI

ସଂପୂର୍ଣ୍ଣ ୠଣ ଛାଡ ସମ୍ଭବ ନୁହେଁ

Get real time updates directly on you device, subscribe now.

ଲୋନ୍ ମୋରାଟୋରିୟମ ବା ଋଣ ଆଦାୟ ବନ୍ଦ ଅବଧି ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଋଣ ନେଇଥିବା ସଂସ୍ଥା ବା ବ୍ୟକ୍ତିବିଶେଷଙ୍କୁ କରୋନା ପାଇଁ ଛାଡ଼ କରାଯିବନି ସୁଧ । ଲୋନ୍ ମୋରାଟୋରିୟମ ମାମଲା ପ୍ରସଙ୍ଗରେ ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତି ପରେ ବ୍ୟାଙ୍କ ଗୁଡିକୁ ଆଶ୍ୱସ୍ତି ମିଳିଛି।
ଅନ୍ୟପଟେ ପୁରା ରିହାତି ଛାଡ କରିବାକୁ କୋର୍ଟରେ ଆବେଦନ କରିଥିବା ବଡ ବଡ ଶିଳ୍ପପତି ଓ ରିଅଲ ଇଷ୍ଟେଟ୍ କମ୍ପାନୀଗୁଡିକୁ ଶକ୍ତ ଧକ୍କା ଲାଗିଛି । ଏହି ମାମଲାର ଶୁଣାଣି କରି ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଆର. ଭୂଷଣ ରେଡ୍ଡୀ ଓ ଜଷ୍ଟିସ ଏମ,ଆର ଶାହା ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

ଖଣ୍ଡପୀଠ ଲୋନ ମୋରାଟୋରିୟମ ଅବଧି ବଢାଇବା ପାଇଁ ହୋଇଥିବା ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି । ମୋରାଟୋରିୟମର ଅବଧି ଅଗଷ୍ଟ ୩୧ ତାରିଖ ଯାଏଁ ରହିଛି । ଏହାକୁ ଆଉ ବଢାଯିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ସେହିଭଳି ପୁରା ସୁଧ ଛାଡ କରାଗଲେ ବ୍ୟାଙ୍କଗୁଡିକ ଉପରେ ପ୍ରଭାବ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି । ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ, କରୋନା ମହାମାରୀ ସମୟରେ କେବଳ କମ୍ପାନୀ ନୁହେଁ ସରକାର ବି ବହୁତ କ୍ଷତି ସହିଛନ୍ତି । ଏଥିସହ ଆର୍ଥିକ ନୀତି ମାମଲାରେ କୋର୍ଟ କୌଣସି ହସ୍ତକ୍ଷେପ କରିପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି ।
ଖଣ୍ଡପୀଠ କହିଛନ୍ତି କି କରୋନା ମହାମାରୀ ବେଳେ କେବଳ କମ୍ପାନି ନୁହେଁ, ସରକାର ବି ଅନେକ କ୍ଷତି ସହିଛନ୍ତି । ଏହାସହ ଅର୍ଥନୈତିକ ନୀତିକୁ ନେଇ କୋର୍ଟ କୌଣସି ହସ୍ତକ୍ଷେପ କରିବେ ନାହିଁ । ସରକାର ଓ ଆରବିଆଇ ଉପରେ ଚାପ ପକାଇବାରେ କୋର୍ଟର କୌଣସି ଅଧିକାର ନଥିବା କଥା କୁହାଯାଇଛି । ଅନ୍ୟପଟେ ଏହି ମାମଲାରେ ସରକାରଙ୍କ ତରଫରୁ କୋର୍ଟରେ ଏକ ଉଲ୍ଲେଖନାମା ଦିଆଯାଇଛି । ଯେଉଁଥିରେ କୁହାଯାଇଛି କି ସରକାର ମହାମାରୀ ବେଳେ ବିଭିନ୍ନ ସେକ୍ଟରରେ କୋହଳ କରିଛନ୍ତି । ଆଉ ଅଧିକ କୋହଳ ସମ୍ଭବ ନୁହେଁ ।

Get real time updates directly on you device, subscribe now.

Leave A Reply

Your email address will not be published.