THE BYAPINI

ଗୁଳି ଫୁଟାଇ ସେଲିବ୍ରେସନ

Get real time updates directly on you device, subscribe now.

ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ଗୁଳି ଫୁଟାଇ ପତିଆରା ଜାହିର କଲେ ତାଲିବାନୀ । ଆଫଗାନିସ୍ତାନର ଛକ ଛକରେ ବନ୍ଧୁକ ଧରି ତାଲିବାନୀ ଆକାଶକୁ ଚାହିଁ ଫୁଠାଇଲେ ଗୁଳି। ବିଭିନ୍ନ ସ୍ଥାନରେ ଉତ୍ସବ ପାଳିଛନ୍ତି ତାଲିବାନ। ପୂର୍ଣ୍ଣ ସ୍ୱାଧୀନତା ହାସଲ ହେବା ନାରା ଦେଇ ତାଲିବାନୀ ଏହି ଖୁସି ମନାଇଥିବା ଦେଖାଯାଇଥିଲା। ଶେଷ ପର୍ୟ୍ୟାୟ ସୈନ୍ୟଙ୍କୁ ନେଇ ଆମେରିକାର ବିମାନ ଉଡାଣ ଆରମ୍ଭ କରିବା ମାତ୍ରେ ତାଲିବାନର କର୍ମୀମାନେ ଖୁସିରେ ବାଣ ଓ ଗୁଳି ଫୁଟାଇଥିଲେ।
୧୯ ବର୍ଷ ୧୦ ମାସ ୧୦ ଦିନ ପରେ ଆମେରିକା ଆଫଗାନିସ୍ତାନରୁ ସଂପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରି ନେଇଛି । ଶେଷ ସୈନ୍ୟ ଭାବେ ମେଜର ଜେନେରାଲ ଖ୍ରୀସ୍ ଜୋନାହ୍ୱେ ବିମାନରେ ବସିଥିଲେ । ସଂପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ହୋଇଥିବାରୁ ଆମେରିକା ସୈନ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ୧ ଲକ୍ଷ ୨୦ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବା କହିଛନ୍ତି ବାଇଡେନ୍ । ଏହା ସହ ରାଷ୍ଟ୍ରପତି କହିଛନ୍ତି ଆହୁରି କିଛି ଆମେରିକୀୟ ଆଫଗାନିସ୍ତାନରେ ରହି ଯାଇଛନ୍ତି । ଆଫଗାନିସ୍ତାନରୁ ଏୟାର ଲିଫ୍ଟ ନେଇ ସରୁଥିଲା ଡେଡଲାଇନ୍ । ଅଗଷ୍ଟ ୩୧ ସୁଦ୍ଧା ସୈନ୍ୟ ପ୍ରତ୍ୟାହାର ପାଇଁ ଡେଡଲାଇନ୍ ଦେଇଥିଲା ତାଲିବାନ ।

Get real time updates directly on you device, subscribe now.

Leave A Reply

Your email address will not be published.