ଆମେରିକା ନେଲା ପ୍ରତିଶୋଧ
ଆମେରିକା ନେଲା କାବୁଲ୍ ବିସ୍ଫୋରଣର ପ୍ରତିଶୋଧ ।ମାତ୍ର ୪୮ ଘଣ୍ଟା ମଧ୍ୟରେ ଆତଙ୍କବାଦୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ବିଶ୍ୱର ଏହି ଶକ୍ତିଶାଳୀ ରାଷ୍ଟ୍ର ।ଆଇଏସ୍’ ସଙ୍ଗଠନର ଜଣେ ‘ଯୋଜନାକାରୀ’ଙ୍କୁ ଟାର୍ଗେଟ୍ କରି ଯୁକ୍ତରାଷ୍ଟ୍ର ଆମେରିକା ସେନା ଡ୍ରୋନ୍ ଆକ୍ରମଣ କରିଥିବା କଥା ମଧ୍ୟ ପେଣ୍ଟାଗନ୍ କହିଛି ।ଖୋଜି ଖୋଜି ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଆଡ୍ଡା ଉପରେ କଲା ବୋମା ମାଡ଼ । ଡ୍ରୋନ ସାହାଯ୍ୟରେ ବୋମା ବର୍ଷା କରି ଆଇଏସଆଇଏସ ଠାରୁ ବଦ୍ଲା ନେଇଛି ଆମେରିକା ।
ନାନ୍ଗହର ପ୍ରଦେଶରେ ଆମେରିକା ପକ୍ଷରୁ ଏହି ଡ୍ରୋନ୍ ଆକ୍ରମଣ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଆମେରିକାର ନାଗରିକମାନଙ୍କୁ କାବୁଲ ବିମାନବନ୍ଦରର ବିଭିନ୍ନ ଗେଟ୍ ଦେଇ ତୁରନ୍ତ ବାହାରିଯିବାକୁ କୁହାଯାଇଛି ।
ଗୁରୁବାର କାବୁଲ ବିମାନବନ୍ଦର ନିକଟରେ ଦୁଇ ଦୁଇଟି ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣର ମାତ୍ର ଏବତେ ଭୟଙ୍କର ଥିଳା ଯେ, ଥିରେ ପ୍ରାୟ ୧୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ୧୩ ଜଣ ଆମେରିକା ସୈନ୍ୟଙ୍କ ଜୀବନ ମଧ୍ୟ ଯାଇଛି ।ଏହି ଘଟଣାକୁ ମାତ୍ର ଦୁଇ ଦିନ ବିତିବା ମଧ୍ୟରେ ଆମେରିକା ତାର ସୈନ୍ୟଙ୍କ ମୃତ୍ୟୁର ବଦ୍ଲା ନେଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଥିଲେ, ଯେଉଁମାନେ ଏହି ବିସ୍ଫୋରଣ ପାଇଁ ଦାୟୀ ତାଙ୍କୁ ଖୋଜି ଖୋଜି ଆମେରିକା ମାରିବ ।