ଚାଉଳ ପାଇଁ ଚିଠି
ରାଜ୍ୟରେ ଅରୁଆ, ଉଷୁନା ଚାଉଳ ରାଜନୀତି ତେଜିବାରେ ଲାଗିଛି । ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।ଧାନ ସଂଗ୍ରହ ଓ ଚାଉଳ ଯୋଗାଣ ସମ୍ପର୍କରେ ଚିଠି ଲେଖିଛନ୍ତି ରଣେନ୍ଦ୍ର । ଚିଠିରେ କେନ୍ଦ୍ର ସରକାରଙ୍କୁ ସଂଗ୍ରହ ହୋଇଥିବା ଉଷୁନା ଚାଉଳ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
କେନ୍ଦ୍ର ସରକାରଙ୍କଠାରୁ ଧାନସଂଗ୍ରହ ବାବଦକୁ ରାଜ୍ୟ ପ୍ରଭିଜନାଲ ଓ ଅଗ୍ରୀମ ସବସିଡି ବାବଦକୁ ପାଇବାକୁ ଥିବା ବକେୟା ୬୦୩୯ କୋଟି ଟଙ୍କା ତୁରନ୍ତ ଯୋଗାଇଦେବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତିା ମହାମାରୀ ବେଳେ ବି ସରକାର ଧାନକିଣା ଜାରି ରଖିଥିଲେ । ସମସ୍ତ ସ୍ବଚ୍ଛତା ବଜାୟ ରଖି ଚାଷୀଙ୍କଠୁ ଧାନ କିଣା ଯାଇଛି । ଚାଷୀଙ୍କୁ ମଧ୍ୟ ଗଝଚ ପ୍ରଦାନ କରାଯାଇଛି । ଗଝଚ ପ୍ରଦାନ ପାଇଁ ୧୫ ହଜାର କୋଟି ଟଙ୍କା ଋଣ କରାଯାଇଛି । ଙଝଉଝଉ ମାଧ୍ୟମରେ ଋଣ କରାଯାଇଛି । ଏଯାଏଁ ୬୦୩୯ କୋଟି ସବସିଡି ଅର୍ଥ ବକେୟା ଥିବାରୁ ଋଣ କରାଯାଇଛି । ରାଜ୍ୟରେ ଏବେ ପୂରା ଦମ୍ରେ ଖରିଫ୍ ଧାନ କ୍ରୟ ଚାଲିଥିବା କହିଛନ୍ତି ମନ୍ତ୍ରୀ । ସରକାରଙ୍କୁ ଧାନ ବିକିବାକୁ ଅଧିକରୁ ଅଧିକ ଚାଷୀ ଆଗ୍ରହ ପ୍ରକାଶ କରୁଛନ୍ତି । ଏହା ଅର୍ଥ ଏମ୍ଏସ୍ପି ଯୋଗୁଁ ଚାଷୀ ଉପକୃତ ମଧ୍ୟ ହେଉଛନ୍ତି । ଏ ନେଇ ଚିଠି ଲେଖି କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
ଧାନସଂଗ୍ରହ କ୍ଷେତ୍ରରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯିବା ସହ ଧାନ ବିକ୍ରି ଅର୍ଥ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅନ୍ଲାଇନ୍ ମାଧ୍ୟମରେ ସିଧାସଳଖ ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଲ୍ଲେଖ କରିଛନ୍ତି । ସେପଟେ ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରେସମିଟ କରି ବିଜେଡି ଉପରେ ବର୍ଷିଛନ୍ତି । ଲକ୍ଷ ଲକ୍ଷ ଚାଷୀ ମଣ୍ଡିରେ ଧାନ ଧରି ବସି ରହିଛନ୍ତି, କିନ୍ତୁ ସରକାର କଥା ହେଉନାହାନ୍ତି । ଓଡିଶାରେ ଚାଷୀଙ୍କୁ ଭ୍ରମିତ କରିବା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର । ଉଷୁନା ଚାଉଳ ଅପେକ୍ଷା ଅରୁଆ ଚାଉଳ ଜଲଦି ଭାଙ୍ଗିଯାଇ ନଷ୍ଟ ଅଧିକ ହୁଏ । ତେଣୁ ମିଲରମାନେ ଚାହୁଁଛନ୍ତି ଉଷୁନା ଚାଉଳ ଏଫସିଆଇ ନେଉ । ଆଉ ରାଜ୍ୟ ସରକାର ଚାଷୀଙ୍କ କଥା ଚିନ୍ତା ନକରି ମିଲର ମାନଙ୍କ ପାଇଁ ଓକିଲାତି କରୁଛନ୍ତି । ଏହି ଚିଠି ଡିସେମ୍ବର ମାସରୁ ପାଇଥିଲେ ମଧ୍ୟ ଏନେଇ ସାଧାରଣ ଜନତା କିମ୍ବା ମିଲର ମାନଙ୍କୁ ଅବଗତ କରାଇନାହାନ୍ତି ବୋଲି ଲେଖାଶ୍ରୀ ଅଭିଯାଗ କରିଛନ୍ତି ।