THE BYAPINI

ଓଡିଶାରେ ଜିତିଲା ୟୁପି ପ୍ରେମ

Get real time updates directly on you device, subscribe now.

ଶେଷରେ ପ୍ରେମ ଜିତିଲା, ପୁଲିସ ହାରିଲା । କୁହାଯାଏ ପ୍ରେମ ଯଦି ପବିତ୍ର ଥାଏ,ସଚ୍ଚା ଥାଏ ତାହେଲେ ସବୁ ବାଧାବିଘ୍ନ ପ୍ରେମ ଆଗରେ ହାର ମାନିଥାଏ । ଓଡିଶା-ଉତରପ୍ରଦେଶ ପୁଲିସର ଟଣାଓଟରା ଭିତରେ ପ୍ରେମର ବାଜିମାତ ହୋଇଛି । ପ୍ରେମ ପାଇଁ ଉତରପ୍ରଦେଶରୁ ଓଡିଶା ଚାଲିଆସିଥିବା ଝିଅକୁ ଶେଷରେ ମିଳିଛି ନ୍ୟାୟ । ଯୁବତୀ ଜଣକ ସାବାଳକ ବୋଲି ପ୍ରମାଣ ପତ୍ର ଦେଖାଇବା ପରେ ସ୍ୱାମୀ ସହ ରହିବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି ।

ଉତ୍ତର ପ୍ରଦେଶ ଗୋରଖପୁରର ଯୁବତୀ ଭୁବନେଶ୍ୱରରେ ଜଣେ ଯୁବକକୁ ଭଲ ପାଉଥିଲେ । ଆଉ ବିବାହ ପାଇଁ କିଛି ଦିନ ତଳେ ୟୁପିରୁ ଓଡିଶା ଆସିଥିଲେ । ହେଲେ ଯୁବତୀ ଜଣକ ଭୁବନେଶ୍ୱର ଆସିବା ପରେ ତାଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଥିଲେ । ଆଉ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଉତରପ୍ରଦେଶ ପୁଲିସ ଭୁବନେଶ୍ବରରେ ଆସି ତନାଘନା କରିଥିଲା । ହେଲେ ଯୁବତୀ ଜଣକ କହିଥିଲେ ସେ ସାବାଳିକା ହେଲେ ତାଙ୍କୁ ନାବାଳିକା ଦର୍ଶାଇ,ୟୁପି ପୋଲିସ ଜରିଆରେ ତାଙ୍କୁ ଓଡିଶାରୁ ଉଠାଇ ନେବାକୁ ଚାଁହୁଛନ୍ତି ତାଙ୍କ ବାପା । କିନ୍ତୁ ସେ ଯାହାକୁ ଭଲପାଉଛନ୍ତି ତାଙ୍କୁ ବିବାହ କରିସାରିବା ପରେ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଚାହୁଁଛନ୍ତି ବୋଲି କୋର୍ଟରେ ବୟାନ ରଖିଥିଲେ । ତାଙ୍କୁ ୧୮ ବର୍ଷରୁ ଅଧିକ ବୋଲି ସେ ସମସ୍ତ ପ୍ରମାଣପତ୍ର କୋର୍ଟରେ ଦେଇଥିଲେ । ଆଉ ଶେଷରେ ପ୍ରେମର ହିଁ ବିଜୟ ହୋଇଛି । ଯୁବତୀ ଜଣଙ୍କୁ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ କୋର୍ଟ ଅନୁମତି ଦେବା ପରେ ଖାଲି ହାତରେ ଫେରିଯାଇଛି ୟୁପି ପୁଲିସ ।

Get real time updates directly on you device, subscribe now.

Leave A Reply

Your email address will not be published.