THE BYAPINI

କାହିଁକି ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ?

Get real time updates directly on you device, subscribe now.

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ତ୍ରିବେନ୍ଦ୍ର ସିଂହ ରାୱତ ଇସ୍ତଫା ଦେଇଛନ୍ତି। ଗତ କିଛି ଦିନ ହେବ ଉତ୍ତରାଖଣ୍ଡ ରାଜନୀତି ଉଠୁଥିଲା ପଡ଼ୁଥିଲା । ଆଜି ଅପରାହ୍ଣ ୪ଟାରେ ରାଜଭବନରେ ପହଞ୍ଚି ରାଜ୍ୟପାଳ ବେବିରାଣୀ ମୌର୍ଜ୍ୟଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଆସନ୍ତାକାଲି ସୁଦ୍ଧା ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି ଅନୁମାନ କରାଯାଇଛି। ତେବେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ତାକୁ ନେଇ ଏବେ କଳ୍ପନା ଜଳ୍ପନା ଲାଗି ରହିଛି ।

ବିଜେପିରେ ଅନେକ ବିଧାୟକ ଓ ମନ୍ତ୍ରୀଙ୍କ ବିରୋଧ କାରଣରୁ ତ୍ରିଭେନ୍ଦ୍ର ସିଂ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଛି। ଉତ୍ତରାଖଣ୍ଡ ଏପରି ଏକ ରାଜ୍ୟରେ ଏ ପର୍ୟ୍ୟନ୍ତ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ବାଦ ଦେଲେ କୌଣସି ମୁଖ୍ୟମନ୍ତ୍ରୀ କାର୍ୟ୍ୟକାଳ ପୂର୍ଣ୍ଣ କରିବାରେ ସକ୍ଷମ ହୋଇ ନାହାନ୍ତି। ୫ ବର୍ଷ ଶାସନ ସମ୍ଭାଳିବାରେ ତ୍ରିବେନ୍ଦ୍ର ମଧ୍ୟ ବିଫଳ ସାବ୍ୟସ୍ତ ହୋଇଛନ୍ତି। ତ୍ରିବେନ୍ଦ୍ର ସିଂ ରାୱତ ପ୍ରେସ କନଫରେନ୍ସ କରି କହିଛନ୍ତି, ବହୁତ ସମୟ ଧରି ରାଜନୀତି କରିଛି । ୪ ବର୍ଷ ପାଇଁ ପାର୍ଟି ମତେ ସିଏମ ଭାବେ କାର୍ୟ୍ୟ କରିବାର ଦାୟିତ୍ୱ ଦେଇଥିଲା । ଏହି ସମୟ ମଧ୍ୟରେ ଦଳ ପକ୍ଷରୁ ମତେ ବହୁତ ସମ୍ମାନ ମିଳିଛି । ବର୍ତ୍ତମାନ ଦଳ ଏହି ଗୁରୁ ଦାୟିତ୍ୱ ଅନ୍ୟ ନେତାଙ୍କୁ ଦେବାକୁ ନିଷ୍ପତ୍ତି ନେଇଛି । ମୋ ଇସ୍ତଫା ଦଳର ସାମୁହିକ ନିଷ୍ପତ୍ତି । କାଲି ନୂଆ ନେତା ଚୟନ ହେବେ ବୋଲି ସେ କହିଛନ୍ତି।

୨୦୧୭ ବିଧାନସଭା ନିର୍ବାଚନରେ ମୋଟ୍ ୭୦ଟି ଆସନରୁ ବିଜେପି ୫୭ଟି ଆସନରେ ବିଜୟୀ ହୋଇଥିଲା। ଏହାପରେ ତ୍ରିଭେନ୍ଦ୍ର ସିଂ ରାୱତ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ ଗତ କିଛି ମାସ ହେବ ତାଙ୍କ କାର୍ୟ୍ୟକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଦେଇଥିଲା। ସୋମବାର ରାତିରେ ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ ତ୍ରିବେନ୍ଦ୍ର ସିଂହ ରାୱତ । ଉଭୟଙ୍କ ମଧ୍ୟରେ ପାଖାପାଖି ୫୦ ମିନିଟ ପର୍ୟ୍ୟନ୍ତ ଆଲୋଚନା ହୋଇଥିଲା। ଏହା ପରେ ଆଜି ସେ ଇସ୍ତଫା ଦେଇଛନ୍ତି । ତ୍ରିବେନ୍ଦ୍ର ସିଂହ ରାଓତ ୧୮ ମାର୍ଚ୍ଚ ୨୦୧୭ରେ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୨୨ରେ ତାଙ୍କ ସରାକର ପୁଣି ନିର୍ବାଚନକୁ ଯିବା କଥା। ହେଲେ ସରକାର ୪ ବର୍ଷରେ ପଦାର୍ପଣ କରିବାକୁ ଯିବା ପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.