THE BYAPINI

ହୃହୟଥରା ହିମସ୍ଖଳନ

Get real time updates directly on you device, subscribe now.

ଉତ୍ତରାଖଣ୍ଡ ଚମୋଲୀ ଜିଲ୍ଲାରେ ଭୟଙ୍କର ହିମସ୍ଖଳନ । ହିମସ୍ଖଳନ ଯୋଗୁଁ ଅନେକ ସ୍ଥାନ ଧ୍ୱସ୍ତ ବିଧ୍ୱସ୍ତ ହୋଇଛି । ତାପୋଭାନ ନିକଟରେ ବରଫ ଅତଡ଼ା ଖସିଛି । ହଠାତ୍ ପାଣି ମାଡ଼ି ଆସିବାରୁ ୧୦୦-୧୫୦ଲୋକ ପାଣିରେ ବହିଯାଇଥିବା କୁହାଯାଉଛି। ଏହାର ପ୍ରଭାବରେ ଋଷିଗଙ୍ଗା ଉପରେ ନିର୍ମିତ ବନ୍ଧ ଭାଙ୍ଗି ଯାଇଛି ଓ ଧଉଳି ଗଙ୍ଗା ନଦୀରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରଶାସନ ପକ୍ଷରୁ ଉଦ୍ଧାକାର୍ୟ୍ୟ ଜାରି ରହିଛି । ଏବେ ସୁଦ୍ଧା ୧୦ଜଣଙ୍କ ମୃତଦେହ ଜବତ ହୋଇଛି।

ବରଫ ଅତଡ଼ା ଖସିବା ଯୋଗୁଁ ଜୋଶିମଠ ଅଞ୍ଚଳଠାରୁ ୨୬ କିଲୋମିଟର ଦୂରରେ ଥିବା ରେନି ଗ୍ରାମ ଧୋଇହୋଇ ଯାଇଛି । ଗ୍ଲାସିଅର୍ ଖଣ୍ଡ ଭାଙ୍ଗିବା ପରେ ଜଳ ପ୍ରବାହ ନନ୍ଦପ୍ରାୟାଗ ପର୍ୟ୍ୟନ୍ତ ପହଞ୍ଚିସାରିଲାଣି । ହେଲେ ସବୁଠାରୁ ଆଶ୍ୱସ୍ତିର କଥା ହେଉଛି ନନ୍ଦପ୍ରାୟାଗରେ ପହଞ୍ଚିବା ବେଳକୁ ଜଳ ପ୍ରବାହ ପ୍ରାୟ ସ୍ୱାଭାବିକ ହୋଇସାରିଛି । ଗ୍ଲାସିୟର ଭାଙ୍ଗିବା ପରେ ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥରେ ଯାତାୟତ ବନ୍ଦ କରାଯାଇଛି । ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ପଡୋଶୀ ରାଜ୍ୟ ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି। ଏହା ସହ ତପୋବନ ଡ୍ୟାମ ପାଖ ଟନେଲରେ ଫସି ରହିଥିବା ୧୬ଜଣ ଶ୍ରମିକଙ୍କୁ ସଫଳତାର ସହ ଆଟିବିପି ଯବାନ ଉଦ୍ଧାର କରିଛନ୍ତି।

୬୦୦ ଯବାନ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି । ଏବେ ସ୍ଥିତି ନୟନ୍ତ୍ରଣକୁ ଆସିଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି କହିଛନ୍ତି ଯେ, ଏହି ଘଟଣା ଉପରେ ସେ ନଜର ରଖିଛନ୍ତି । ସାରା ଦେଶ ଉତ୍ତରାଖଣ୍ଡ ସହ ରହିଛି । ସବୁ ପ୍ରକାର ସାହଯ୍ୟ ସହଯୋଗ ଯୋଗାଇ ଦିଆଯିବ । ସମସ୍ତଙ୍କ ସୁରକ୍ଷା ପାଇଁ ଦେଶ ପ୍ରାର୍ଥନା କରୁଛି । ଭୟଙ୍କର ଜଳପ୍ରଳୟକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ପ୍ରଭାବିତ ହୋଇଥିବା ପ୍ରତିଟି ପରିବାର ପ୍ରତି ନବୀନ ନିଜର ସମବେଦନା ଜଣାଇଛନ୍ତି । ଟୁଇଟ୍ କରି ନବୀନ ଲେଖିଛନ୍ତି, ଉତ୍ତରାଖଣ୍ଡରେ ଘଟିଥିବା ଜଳପ୍ରଳୟକୁ ନେଇ ସେ ଚିନ୍ତିତ ଅଛନ୍ତି । ଏଥିସହ ଏଥିରେ ପ୍ରଭାବିତ ହୋଇଥିବା ପ୍ରତିଟି ପରିବାର ଓ ଲୋକଙ୍କ ପ୍ରତି ନବୀନ ସମବେଦନା ଜଣାଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.