THE BYAPINI

ଟିକା ପାଇଁ ରାତି ଅନିଦ୍ରା

Get real time updates directly on you device, subscribe now.

ଟିକା ପାଇଁ ରାତି ଅନିଦା । ରାଜ୍ୟରେ ଯେତେବେଳେ ସଂକ୍ରମଣ ବଢିଚାଲିଛି ସେତେବେଳେ ଦେଖାଦେଇଛି ଟିକାର ସଂକଟ । ପ୍ରଥମେ କିଏ ନେବ ଭ୍ୟାକସିନ ସେଥିପାଇଁ ଲାଗିଛି ଲମ୍ବା ଲାଇନ । ରାତି ସାରା ଅନିଦ୍ରା ରହି ଧାଡି ଲଗାଇଛନ୍ତି ହଜାର ହଜାର ଲୋକ ।

ସଂକଟ ବେଳେ ସଂଜୀବନୀ ଅଭାବ । ରାଜ୍ୟରେ ଯେତେବେଳେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି ସେତେବେଳେ ଲୋକଙ୍କୁ ଦେବାକୁ ଟିକା ନାହିଁ । କେନ୍ଦ୍ରାପଡାରେ ଟିକା ନେବା ରାତି ଅନିଦ୍ରା ଲୋକ । ଟିକା ଆସିଛି ୪ ଶହ କିନ୍ତୁ ଟିକା ନେବା ପାଇଁ ଲୋକ ଆସିଛନ୍ତି ହଜାରେରୁ ଅଧିକ । କେନ୍ଦ୍ରପଡା ମହାବିଦ୍ୟାଳୟରେ ଟିକା ନେବା ପାଇଁ ଲୋକେ ରାତି ୨ଟାରୁ ଲମ୍ବାଲାଇନ ଲଗାଇଛନ୍ତି । ଟିକା ପାଇବା ନିଶାରେ ଲୋକେ ସାମାଜିକ ଦୂରତା ମଧ୍ୟ ଭୁଲିଯାଇଛନ୍ତି ।ଯାହା ଦ୍ୱାରା ଅନେକ ଲୋକ ସେଠାରେ ସଂକ୍ରମିତ ହେବାର ଆଶଙ୍କା ମଧ୍ୟ ରହିଛି ।

ରାଜ୍ୟରେ ଏବେ ତୃତୀୟ ପର୍ଯ୍ୟାୟ ଟିକାକରଣ ଚାଲିଥିବା ବେଳେ ଭୁବନେଶ୍ୱର ବାହାରେ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ଆଉ ନଦେବାକୁ କୁହାଯାଇଛି । କେବେଳ ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ହିଁ ଦ୍ୱିତୀୟ ଡୋଜ ଦିଆଯିବ ।

Get real time updates directly on you device, subscribe now.

Leave A Reply

Your email address will not be published.