THE BYAPINI

ଘରୋଇ ହସ୍ପିଟାଲରେ କେବେ ମିଳିବ ଟିକା?

Get real time updates directly on you device, subscribe now.

ରାଜଧାନୀରେ ସଂକ୍ରମଣ ସଂଖ୍ୟା ଅଧିକ ଥିବା ବେଳେ ବିଏମସି ପକ୍ଷରୁ ଟିକାକରଣ ପ୍ରକ୍ରିୟାକୁ ଅଧିକ ଗ ୁରୁତ୍ୱ ଦିଆଯାଉଛି । ଭୁବନେଶ୍ୱରରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ନିଆଯାଉଛି । ହେଲେ ଏଯାଏ କୌଣସି ଘରୋଇ ହସ୍ପିଟାଲରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ । ପ୍ରଥମ ଫେଜରେ ପୂର୍ବରୁ ୩୧ଟି ଘରୋଇ ଡାକ୍ତରଖାନାରେ ଟିକାକରଣ କରାଯିବା ପାଇଁ ମନୋନୀତ କରାଯାଇଥିଲା । ହେଲେ ବର୍ତମାନ ସୁଦ୍ଧା କୌଣସି ପ୍ରାଇଭେଟ ହସ୍ପିଟାଲକୁ ଟିକା ଦିଆଯାଇ ନାହିଁ । ୧୮ରୁ ୪୪ ବର୍ଷ ହିତାଧିକାରୀମାନଙ୍କ ଲାଗି ଦେଢ ଲକ୍ଷ ଟିକା ଆସଥିଲା । ବିଏମସି ପକ୍ଷରୁ ଆସନ୍ତା ୧୯ ତାରିଖ ପର୍ୟ୍ୟନ୍ତ ସମସ୍ତ ସ୍ଲଟ ବୁକିଂ ହୋଇସାରିଛି । ତେଣୁ ନୂଆ ଭ୍ୟାକ୍ସିନ ଆସିଲେ ଘରୋଇ ହସ୍ପିଟାଲକୁ ଦେବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ।

ସେହିପରି ଏସପ୍ଲାନେଡ ମଲ ପରି ଆଉ ୩ଟି ଜାଗାରେ ଭୁବନେଶ୍ୱରରେ ଭ୍ୟାକସିନ ଇନ ଡ୍ରାଇଭ ପାଇଁ ବ୍ୟବସ୍ଥା କରାଯାଉଛି । ଫଳରେ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ଦ୍ୱିତୀୟ ଡୋଜ ଟିକା ସ୍ଲଟ ବୁକ କରି ନେଇପାରିବେ । ଖୁବ୍‌ଶୀଘ୍ର ଏ ସଂପର୍କରେ ସୂଚନା ଦିଆଯିବ ବୋଲି ବିଏମ୍ସି କମିଶନର ୟ କମିସନର କହିଛନ୍ତି । ବର୍ତ୍ତମାନ ରାଜଧାନୀରେ ପାଖାପାଖି ୫ ଲକ୍ଷ ଲୋକେ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ଟିକା ନେଇ ସାରିଲେଣି।

ଏପଟେ, ଭିଡ କମାଇବା ପାଇଁ ଭୁବନେଶ୍ୱର ୧ ନମ୍ବର ହାଟର ନିୟମ ବଦଳିଛି। ଖୁଚୁରା ଏବଂ ହୋଲସେଲ ବ୍ୟବସାୟୀଙ୍କ ପାଇଁ ଭିନ୍ନ ସମୟ ଧାର୍ୟ୍ୟ ହୋଇଛି । ରାତି ସାଢ଼େ ୩ରୁ ଭୋର୍ ସାଢ଼େ ୬ ଯାଏ ଜିନିଷ କିଣି ପାରିବେ ହୋଲସେଲର । ସକାଳ ସାଢ଼େ ୬ରୁ ଦିନ ୧୨ଟା ଯାଏ ଜିନିଷ କିଣିବେ ଖୁଚୁରା ବ୍ୟବସାୟୀ। ଭିଡ଼ କମେଇବା ପାଇଁ ପୋଲିସ, ବିଏମ୍ସି, ଓ ବ୍ୟବସାୟୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ସେହିପରି ଭୁବନେଶ୍ବରରୁ ଗତ ୨୪ ଘଣ୍ଟା ମଧ୍ୟରେ ୯୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୯୬୨ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୧୮୧ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୭୮୧ଜଣ ରହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.