ରେକର୍ଡ ଟିକାଦାନ…ଦିନକରେ ଟପିଲା ୪ ଲକ୍ଷ
ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟାରେ ଟିକାଦାନ ହୋଇଛି । ରାଜ୍ୟ ସରକାର ଟିକାଦାନ ନେଇ ରଖିଥିବା ଲକ୍ଷ୍ୟକୁ ମଧ୍ୟ ଟପିଯାଇଛନ୍ତି । ଦୈନିକ ୩ ଲକ୍ଷ ଟିକା ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ ଆଜି ଦିନକରେ ୪ ଲକ୍ଷରୁ ଅଧିକ ଟିକାକରଣ ହୋଇଛି ଓଡିଶାରେ । ଆଜି ୪ ଲକ୍ଷ ୨ ହଜାର ୪୩୪ ଡୋଜ ଦିଆଯାଇଛି । ଏହା ପୂର୍ବରୁ ଗତ ୨୧ ଜୁନରେ ସର୍ବାଧିକ ୩ ଲକ୍ଷ ୩୨ ହଜାର ୭୧୭ ଟିକାଦାନ ହୋଇଥିଲା ।
ଟିକାର ସଂକଟ ପାଇଁ ଅନେକ ଜିଲ୍ଲାରେ ଟିକାକରଣ ବାଧାପ୍ରାପ୍ତ ହୋଇଥିଲା । କେନ୍ଦ୍ରରୁ ଟିକା ଆସିବା ପରେ ଦିନକରେ ୪ଲକ୍ଷରୁ ଅଧିକ ଟିକାକରଣ କରି ନୂଆରେକର୍ଡ କରିଛି ଓଡିଶା ଆସନ୍ତାକାଲି ମଧ୍ୟ ୧୪ ଶହ ୮୮ କେନ୍ଦ୍ରରେ ଟିକାକରଣ ହେବ ।