THE BYAPINI

ଘରେ ପହଚିଂବ ଟିକା

Get real time updates directly on you device, subscribe now.

କରୋନା ସଂକ୍ରମଣ ଭିତରେ ଭଲ ଖବର । ଏଣିକ ଘରେ ପହଚିଂବ କରୋନା ଟିକା । ବରିଷ୍ଠ ନାଗରିକ ମାେ ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସିପାରୁନାହାନ୍ତି ସେମାନଙ୍କ ପାଇଁ ବ୍ରହ୍ମପୁରରେ ଏଭଳି ବ୍ୟବସ୍ଥା କରାଯାଇଛି । ବୟସ୍କଙ୍କୁ ଟିକା ଦେବା ପାଇଁ ଘରେ ପହଚିଂବ ଭ୍ୟାନ । ଗଂଜାମ ଜିଲ୍ଲାପାଳ ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ।

ଦୂଆର ମୁହଁରେ ପହଚିଂବ ଟିକା । ଘରେ ଘରେ ହେବ ଟିକାକରଣ । ହ୍ମପୁର ମହାନଗର ନିଗମ ଅଞ୍ଚଳରେ ଘରକୁ ଘର ବୁଲି ବରିଷ୍ଠ ନାଗରିକଙ୍କୁ ଦିଆଯିବ ଟିକାକରଣ। ଏଭଳି ପଦକ୍ଷେପ ଆସନ୍ତା ସୋମବାର ଠାରୁ ଆରମ୍ଭ ହେବ । ଓଡିଶାରେ ପ୍ରଥମ ଥର ପାଇଁ ଏଭଳି ବ୍ୟବସ୍ଥା ହୋଇଛି । ଟିକାକରଣ କେନ୍ଦ୍ରରେ ପ୍ରବଳ ଗହଳି ଜମୁଛି । ଯେଉଁଠି ବୟସ୍କ ନାଗରିକମାନେ ଯାଇ ପହଚିଂ ଟିକା ନେବା କଷ୍ଟକର । ତେଣୁକରି ବ୍ରହ୍ମପୁର ପ୍ରଶାସନ ପକ୍ଷରୁ ଏଣିକି ଘରେ ଘରେ ଟିକା ବଣ୍ଟନର ବ୍ୟବସ୍ଥା ହେବ । ସହଜରେ ଓ ସୁବିଧାରେ ସମସ୍ତଙ୍କୁ ଟିକା ଯୋଗାଇଦିଆଯିବ । ବୟସ୍କ ନାଗରିକମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ଆଶା କରାଯାଉଛି ।

ସେହିପରି ରାଜଧାନୀରେ ମଧ୍ୟ ବିଏମସି ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ୬୦ରୁ ଅଧିକ ବୟସ୍କ ଯେଉଁମାନେ ଟେଷ୍ଟିଂ ସେଣ୍ଟରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରକୁ ବିଏମସି ପଠାଇବ ମୋବାଇଲ୍ ଟିମ୍ । ଏନେଇ ବିଏମସି କମିଶନର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କେବଳ ଏତିକି ନୁହେଁ ଟେଷ୍ଟିଂ ଭଳି ଟୀକାକରଣ ପାଇଁ ମଧ୍ୟ ଟୀକାକେନ୍ଦ୍ରକୁ ଆଣି ଟୀକା ଦେଇ ଘରେ ଛାଡ଼ିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ବରିଷ୍ଠ ନାଗରିକଙ୍କୁ ଏହି ସୁବିଧା ପାଇବାକୁ ହେଲେ ବିଏମସି ଜାରି କରିଥିବା ଟୋଲ ଫ୍ରି ନମ୍ବର ୧୯୨୯ରେ ରେଜିଷ୍ଟ୍ରେସନ ଅବା କଲ୍ କରିବା ଆବଶ୍ୟକ । ଆସନ୍ତା ସୋମବାରରୁ କାର୍ୟ୍ୟକ୍ଷମ ହେବ ଏହି ସୁବିଧା ବୋଲି କହିଛନ୍ତି ବିଏମସି କମିଶନର ।

Get real time updates directly on you device, subscribe now.

Leave A Reply

Your email address will not be published.